ଅଗଷ୍ଟ ୧୫ରେ ବନ୍ଦରହିବ ଏହି ସବୁ ରାସ୍ତା
ନୂଆଦିଲ୍ଲୀ : ଦେଶର ରାଜଧାନୀରେ ସ଼୍ବାଧୀନତା ଦିବସ ପାଇଁ ଲାଲ୍କିଲ୍ଲାରେ ଆୟୋଜିତ ହେବାକୁ ଥିବା ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କାରଣରୁ ବିଭିନ୍ନ ରାସ୍ତା ବନ୍ଦ କରିଦିଆଯିବ । ଦିଲ୍ଲୀ ଟ୍ରାଫିକ୍ ପୋଲିସ୍ ଏନେଇ ଆଡ୍ଭାଇଜାରି ଜାରି କରିଛି । ଏହି ଆଡ୍ଭାଇଜାରିରେ କୁହାଯାଇଛି ଯେ ରାଜଧାନୀର କେତେକ ରାସ୍ତା ସକାଳ ୪ଟାରୁ ଦିନ ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ।ନେତାଜୀ ସୁଭାଷ ମାର୍ଗ: ଦିଲ୍ଲୀ ଗେଟ୍ରୁ ଚାଟା ରେଳ ପର୍ଯ୍ୟନ୍ତ, ନିଶାଦ ରାଜ ମାର୍ଗ, ରିଙ୍ଗ ରୋଡରୁ ନେତାଜୀ ସୁଭାଷ ମାର୍ଗ ପର୍ଯ୍ୟନ୍ତ,
ଚାନ୍ଦନୀ ଚୌକ ରୋଡ, ଫଉଣ୍ଟେନ୍ ଚୌକ ଠାରୁ ଲାଲ କିଲ୍ଲା ପର୍ଯ୍ୟନ୍ତ, ଏସପି ମୁଖାର୍ଜୀ ମାର୍ଗ, ଏଚ୍ସି ସେନ ମାର୍ଗ ଠାରୁ ଯମୁନା ବଜାର ଚୌକ ପର୍ଯ୍ୟନ୍ତ,ଆଉଟର୍ ରିଙ୍ଗ ରୋଡ, ଆଇଏସ୍ବିଟି ଠାରୁ ଆଇପି ଫ୍ଲାଏ ଓଭର (ସାଲିମଗଡ ବାଇପାସ) ପର୍ଯ୍ୟନ୍ତ
ଲୋଥିଆନ ରୋଡ, ଜିପିଓ ଦିଲ୍ଲୀ ଠାରୁ ଚାଟୋ ରେଳ ପର୍ଯ୍ୟନ୍ତ, ରିଙ୍ଗ ରୋଡ, ରାଜଘାଟରୁ ଆଇଏସ୍ବିଟି ପର୍ଯ୍ୟନ୍ତ, ଏସପ୍ଲାନେଡ ରୋଡ ଏବଂ ଏହାର ଲିଙ୍କ ରୋଡ ଠାରୁ ନେତାଜି ସୁଭାଷ ମାର୍ଗ ପର୍ଯ୍ୟନ୍ତ ରାସ୍ତାଗୁଡ଼ିକ ବନ୍ଦ ରହିବ ।