ସମ୍ବିଧାନ ଦିବସ ପାଳିତ

ଜଟଣୀ : ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ  ଭାରତର ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଉସôବର ଏକ ଅଂଶ ଭାବରେ ପ୍ରତିଷ୍ଠାନ ପକ୍ଷରୁ ୨୬ ନଭେମ୍ବର ୨୦୨୪ ରେ ପ୍ରଫେସର ଏମେରିଟସ୍ ପ୍ରଫେସର ସତ୍ୟ ନାରାୟଣ ମିଶ୍ରଙ୍କ ଦ୍ୱାରା ‘ସାମ୍ବିଧାନିକ ମୂଲ୍ୟବୋଧ ଏବଂ ଆଜିର ଭାରତ' ଶୀର୍ଷକ ଏକ ବକ୍ତବ୍ୟ ଆୟୋଜିତ ହୋଇଥିଲା । ଅନୁଷ୍ଠାନର ସଦସ୍ୟଙ୍କ ପାଇଁ ସମ୍ବିଧାନର ବିଭିନ୍ନ ଭାଗ ସମ୍ପର୍କରେ ନୂତନ ଦୃଷ୍ଟିକୋଣ ପ୍ରଦାନକରିବା ସହ ସେ ସାମ୍ବିଧାନିକ ବ୍ୟବସ୍ଥା ଉପରେ ମଧ୍ୟ ପ୍ରତିଫଳିତ କରିଥିଲେ ଯାହା ବିଭିନ୍ନ ବିକାଶମୂଳକ ସମସ୍ୟାର ସମାଧାନ କରିବାରେ ତଥା ଦେଶର ବିକାଶ ପାଇଁ ଭବିଷ୍ୟତବାଦୀ ଆଭିମୁଖ୍ୟରେ ବିଭିନ୍ନ ନିଦେ୍ର୍ଦଶନାମା କାର୍ଯ୍ୟକାରୀ କରିବାରେ ସହାୟକ ହେବ । ଡକ୍ଟର ବିଜୟକୃଷ୍ଣ କରୀ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହାପୂର୍ବରୁ ଅନୁଷ୍ଠାନର ସଦସ୍ୟମାନେ ଅନୁଷ୍ଠାନର ସଦସ୍ୟମାନେ ପ୍ରଫେସର ଶ୍ରୀପଦ୍ କରମଲକର ନିଦେ୍ର୍ଦଶକ, ଅନୁଷ୍ଠାନର ରେଜିଷ୍ଟ୍ରାର ବାମଦେବ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ସମ୍ବିଧାନର ପ୍ରିଏମ୍ବଲ୍ ପାଠ କରିଥିଲେ । ଭାରତର ସମ୍ବିଧାନର ୭୫ ବର୍ଷ ପାଳନ କରିବାକୁ ୨୩  ଓ ୨୪ ନଭେମ୍ବର ୨୦୨୪ ରେ ଅନୁଷ୍ଠାନ ଦ୍ୱାରା କେନ୍ଦ୍ର ବିଦ୍ୟା-ଆଇଆଇଟି ଭୁବନେଶ୍ୱରର ଛାତ୍ରମାନଙ୍କ ମଧ୍ୟରେ ପ୍ରବନ୍ଧ ଲେଖା ଏବଂ ଚିତ୍ରକଳା ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା । ପ୍ରତିଯୋଗିତାରେ ୧୦୦ ରୁ ଅଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସମ୍ବିଧାନ ଦିବସର ଗୁରୁତ୍ୱ ଉପରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଅଫ୍ ମାନବିକତା, ସାମାଜିକ ବିଜ୍ଞାନ ଏବଂ ପରିଚାଳନା ବିଭାଗର ଡକ୍ଟର ଆର, ଅଧ୍ୟାପକ-ସାମାଜିକ ସାଂସ୍କୃତିକ, ଛାତ୍ର ଜିମଖାନା ଡ. ସୁଭ୍ରଦୀପ ମଲ୍ଲିକ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।