ଶ୍ରୀମା ଅରବିନ୍ଦ ପାଠ୍ୟଚକ୍ର
ାା ପ୍ରଭାନୁ୍ୟଜ ।ା ଦାନଗଦୀ: ଶ୍ରୀ ଅରବିନ୍ଦ ପାଠ୍ୟଚକ୍ର, ପୁଷ୍ପାଶ୍ରୀ ଠାରେ ପ୍ରଭୁ ଶ୍ରୀମା ଅରବିନ୍ଦଙ୍କ ୪୬ ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି ଅବସରରେ ଆଜି ଏକ ପାଠ ଚକ୍ର ଅନୁଷ୍ଠିତ ହୋଇଥିଲା । ପାଠ୍ୟଚକ୍ରରେ ଆଲୋଚ୍ୟ ବିଷୟ ଥିଲା ଭାଗବତ ଜ୍ୟୋତି ପ୍ରେମ ଓ ଶକ୍ତି ତୁମକୁ ଅସୁର ବା ଦୃଷ୍ଟଶକ୍ତି କବଳରୁ ରକ୍ଷା କରିବ । ଏକ ଭକ୍ତିମୟ ପରିବେଶରେ ପାଠଚକ୍ରର ପ୍ରାରମ୍ଭରେ ସମବେତ ଧ୍ୟାନ, ମାତୃମଣ୍ଡଳୀ ଆବୃତି, ଧ୍ୟାନ ଓ ପ୍ରାର୍ଥନା, ମାତୃ ସଂଗୀତ ଆବୃତି ସହ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଆଲୋଚନାଚକ୍ର ଆରମ୍ଭରେ ଦାନଗଦୀ ବ୍ଲକ ସଂଗଠନ ଆବାହକ ନିତ୍ୟାନନ୍ଦ ମାଝୀ ସ୍ୱାଗତ ଭାଷଣ ଦେଇଥିଲେ, ପାଠ୍ୟଚକ୍ରରେ ଆଲୋଚକ ଭକ୍ତ ବନମାଳୀ ଆଚାର୍ଯ୍ୟ, କୈଳାସ ଚନ୍ଦ୍ର କୁଅଁର, ଅମୂଲ୍ୟ ଦାସ, ଜଗଦାନନ୍ଦ ମହାପାତ୍ର ପ୍ରମୁଖ ଯୋଗଦେଇ ମାର୍ଗ ଦର୍ଶନ ଦେଇଥିଲେ । ଆଖ ପାଖରୁ ବହୁତ ଭକ୍ତ ମାନେ ଉପସ୍ଥିତ ଥିଲେ । ପାଠ୍ୟଚକ୍ରରେ ଶତାଧିକ ମାତୃପ୍ରେମୀ ଉପସ୍ଥିତ ରହିଥିଲେ ।