ଭାରତ-ଇଂଲଣ୍ଡ ତୃତୀୟ ଟି-୨୦: ହାରିଲା ଭାରତ

ଭାରତ-ଇଂଲଣ୍ଡ ତୃତୀୟ ଟି-୨୦: ହାରିଲା ଭାରତ

ରାଜକୋଟ : ଭାରତ-ଇଂଲଣ୍ଡ ମଧ୍ୟରେ ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଇଥିବା  ତୃତୀୟ ଟି-୨୦ ମ୍ୟାଚ୍ରେ ତୃତୀୟ ଥର ପାଇଁ ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ଦଳ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇ ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟରେ ୧୭୧ ରନ୍ କରିଥିଲା । ଫଳରେ ଟିମ୍ ଇଣ୍ଡିଆ ପାଇଁ ବିଜୟ ଲକ୍ଷ୍ୟ ୧୭୨ ରନ୍ ରହିଥିଲା । ତେବେ ଟିମ୍ ଇଣ୍ଡିଆ ବିଜୟ ଲକ୍ଷ୍ୟର ପିଛା କରି ଧାର୍ଯ୍ୟ ୨୦ ଓଭରରେ ୯ ୱିକେଟ ହରାଇ ୧୪୫ ରନ୍ କରିଥିଲା । ଏହି ମ୍ୟାଚ୍ରେ ପରାଜିତ ହୋଇ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି ।
ଟିମ୍ ଇଣ୍ଡିଆ ପକ୍ଷରୁ ଅଭିଷେକ ଶର୍ମା ୨୪ ରନ୍ କରିଥିବାବେଳେ ସୂର୍ଯ୍ୟକୁମାର ଯାଦବ ୧୪ ରନ୍ କରିଥିଲେ । ସେହିପରି ତିଲକ ବର୍ମା ୧୮ ରନ୍, ଅକ୍ଷର ପଟେଲ ୧୫ ରନ୍ (୭ମ ପୃଷ୍ଠା ଦେଖନ୍ତୁ)
୨୬ ରନ୍ରେ ହାରିଲା ଭାରତ...
କରିଥିଲେ । ହାର୍ଦ୍ଧିକ ପାଣ୍ଡ୍ୟା ୪୦ ରନ୍ କରିଥିଲେ । ଇଂଲଣ୍ଡ ପକ୍ଷରୁ ଜୋଫ୍ରା ଆର୍ଚର ୨ ୱିକେଟ ନେଇଥିବାବେଳେ ବିଡୋନ କ୍ରାସ୍ ୨ ୱିକେଟ ନେଇଥିବାବେଳେ ଆଦିଲ ରଶିଦ ଏବଂ ମାର୍କ ଉଡ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ, ଜେମି ଓଭରଟୋନ୍ ୪ ୱିକେଟ ନେଇଥିଲେ । ଇଂଲଣ୍ଡ ପକ୍ଷରୁ ବେନ୍ ଡୁକେଟ୍ ୫୧ ରନ୍ କରିଥିବାବେଳେ ଜୋସ୍ ବଟଲର ୨୪ ରନ୍ କରିଥିଲେ । ସେହିପରି ଲିଆମ ଲିଭିଂଷ୍ଟୋନ୍ ୪୩ ରନ୍ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନ୍ମାନେ ଭାରତୀୟ ବୋଲରଙ୍କ ସାମ୍ନା କରିପାରି ନଥିଲେ । ଟିମ୍ ଇଣ୍ଡିଆ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୫ ୱିକେଟ ନେଇଥିବାବେଳେ ହାର୍ଦ୍ଧିକ ପାଣ୍ଡ୍ୟା ୨ ୱିକେଟ ଏବଂ ଅକ୍ଷର ପଟେଲ ଏବଂ ରବି ବିଷ୍ଣୋଇ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।