ସାହାଣୀ କପ୍: ଫାଇନାଲରେ କଟକ
ରାଜକନିକା: ରାଜକନିକା ଠାରେ ଚାଲିଥିବା ୬୪ତମ ସିନିଅର ଆନ୍ତଃ ଜିଲ୍ଲା ସାହାଣୀ କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ ଖେଳ କଟକ ଓ ସୁନ୍ଦରଗଡ଼ ମଧ୍ୟରେ ଅନୁଷ୍ଠିତ ହୋଇଛି । ଏଥିରେ କଟକ ୫ - ୦ ଗୋଲରେ ବିଜୟ ଲାଭ କରି ଫାଇନାଲରେ ପ୍ରବେଶ କରିଛି । ଆସୋସିଏସନ ସଭାପତି ଦୋଳ ଗୋବିନ୍ଦ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମ୍ୟାଚ୍ରେ ମୁଖ୍ୟଅତିଥି ଭାବେ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ମୁଖ୍ୟବକ୍ତା ଭାବେ ଫାଓର କୋଷାଧକ୍ଷ ଭକ୍ତ ବଲ୍ଳବ ଦାସ, ସ୍ୱତନ୍ତ୍ର ଅତିଥି ଭାବେ ବିଶିଷ୍ଟ ଫୁଟବଲ ଖେଳାଳି ବିଜୟ ଦାସ, ସମ୍ମାନିତଅତିଥି ଭାବେ ଫାଓର ଉପସଭାପତି ଦିଲୀପ ସାହୁ, ଯୁଗ୍ମ ସମ୍ପାଦକ ବିଶ୍ୱ ରଞ୍ଜନ ଘଡ଼ାଇ, କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଉପସଭାପତି କୃଷ୍ଣଚନ୍ଦ୍ର ପଣ୍ଡା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଦେବାଶିଷ ଧଳ, କେନ୍ଦ୍ରାପଡ଼ା ଜିଲ୍ଲା କ୍ରୀଡା ସଙ୍ଘ ସମ୍ପାଦକ ସୟଦ ଅକମଲ ଅଲ୍ଲି, ଫାଓର ଉପସଭାପତି ସହଦେବ ରାଉତ, ଟି ଆଣ୍ଡ ଟି କମିଟି ସଦସ୍ୟ ରମେଶ ଚନ୍ଦ୍ର ମଲ୍ଲିକ ଓ କାର୍ଯ୍ୟକାରୀ ସଦସ୍ୟ ସେକ ଏହସାନ, ଗଙ୍ଗାଧର ବେହେରା, ରଶ୍ମି ରଞ୍ଜନ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ ।
ଆସୋସିଏସନ ଉପସଭାପତି ବୈକୁଣ୍ଠ ନାଥ ପରିଡ଼ା ଅତିଥି ପରିଚୟ ଦେଇଥିବା ବେଳେ ସାଧାରଣ ସମ୍ପାଦକ ଅଜୟ ନାୟକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଅନ୍ୟତମ ଉପସଭାପତି କପିଳେନ୍ଦ୍ର ମଲ୍ଲିକ ପୁରସ୍କାର ବିତରଣ କାର୍ଯ୍ୟ ସମ୍ପାଦନ କରିଥିଲେ । ଯୁଗ୍ମ ସମ୍ପାଦକ ଡ.ଫକୀର ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏ ଅବସରରେ କୋଷାଧକ୍ଷ ଦେବେନ୍ଦ୍ର ନାୟକ, ମିଡିଆ ସମ୍ପାଦକ ଅଜୟ ରାଉତ, ଉପଦେଷ୍ଟା ଆଦିକନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଆଶୀର୍ବାଦ କାନୁନଗୋ ଖେଳ ପରିଚାଳନା କରିଥିବା ବେଳେ ଦିଲୀପ ରାଉତ ମ୍ୟାଚ କମିଶନର କାର୍ଯ୍ୟ ସମ୍ପାଦନ କରିଥିଲେ । କଟକ ଦଳର ଦୀନବନ୍ଧୁ ଦାସଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଓ ମ୍ୟାନ ଅଫ ଦି ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା ।