ଯବାନଙ୍କ ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା
ତିହିଡ଼ି : ଅପରେସନ ସିନ୍ଦୂରର ସଫଳତା ପାଇଁ ଜବାନ୍ମାନଙ୍କୁ ଉତ୍ସାହିତ କରିବା ପାଇଁ ଭଦ୍ରକ ଜିଲ୍ଲା ତିହିଡି ବ୍ଲକର ସମାଜସେବୀ ମିଳିତ ମଞ୍ଚ ପକ୍ଷରୁ ବିଶାଳ ତ୍ରୀରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଶୁକ୍ରବାର ଅପରାହ୍ନରେ ଡିଜେ ଓ ପାରମ୍ପାରିକ ବାଦ୍ୟ ସହ ଉକ୍ତ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ତିହିଡି କଲେଜ ଛକରୁ ବାହାରି ବଜାର ପରିକ୍ରମା କରିବା ସହିତ ପୁରୁଣା ହାଟ ପର୍ଯ୍ୟନ୍ତ ଯାଇଥିଲା । ସବୁଠାରୁ ଆକର୍ଷଣୀୟ ଥିଲା ୫ ଶହ ମିଟର ଲମ୍ବର ଜାତୀୟ ପତାକା । ଏହି ଶୋଭାଯାତ୍ରାରେ ତିହିଡ଼ି ବ୍ଲକର ଜୀବନଜ୍ୟୋତି ସଂଗଠନ, ପ୍ରଦେଶ ସେବା ସଂଗଠନ, ତିହିଡ଼ି ଗୋପବନ୍ଧୁ ସେବା ସଂଘ, ତିହିଡ଼ି ଯୁବମଞ୍ଚ, ଉକ୍ରଳମଣି ସେବା ସଂଘ, ଜାଗ୍ରତ ସେନା, ତ୍ରିବେଣୀ ·ରିଟେବୁଲ୍ ଟ୍ରଷ୍ଟ, ବିପଦବନ୍ଧୁ ସେବା ସଂଗଠନ, ସାହାଡ଼ାଶୁଣୀ ସେବା ଟ୍ରଷ୍ଟ, ଏମବିଏସ୍ୱାଇ, ଦଧିବାମନ ସେବା ସଂଘ, ଇଣ୍ଡିଆ ୱାରିୟର୍ସ, ଆଗାମୀ ଆଲୋକ, ଶ୍ୟାମା କ୍ଲବ, ଭାରତ ସୋସିଆଲ ସର୍ଭିସ, ମା’ ଶ୍ୟାମାକାଳୀ ସେବା ସଂଗଠନ ଓ ଭଦ୍ରକ ଗୋପବନ୍ଧୁ ସେବା ସଂଘର ଶତାଧିକ କର୍ମକର୍ତ୍ତା ସାମିଲ ହୋଇଥିଲେ । ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ଉଦେଶ୍ୟରେ ଏହି ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବା ଆୟୋଜକମାନେ ପ୍ରତିକି୍ରୟାରେ କହିଛନ୍ତି ।