ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ ଦର୍ଶନ

ସମଲେଶ୍ଵରୀଙ୍କ ଧବଳମୁଖୀ ବେଶ ଦର୍ଶନ

ଆଜି ମହାଳୟା।ଏହି ଅବସରରେ ରବିବାର ବରଗଡ଼ର ଗ୍ରାମ୍ୟଦେବୀ ମା’ ସମଲେଶ୍ଵରୀ ଧବଳମୁଖୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶ୍ଵରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି । ଭକ୍ତମାନେ ଧୂପ, ଦୀପ, ଫୁଲ ଧରି ମନ୍ଦିରକୁ ଆସି ଦେବୀଙ୍କ ଦର୍ଶନ କରୁଛନ୍ତି । ଅପରାହ୍ନରେ ମା’ ସମଲେଶ୍ଵରୀଙ୍କ ଖଣ୍ଡାଧୂଆ ପର୍ବ ରହିଛି। ଭକ୍ତମାନଙ୍କ ସମସ୍ତ ସୁବିଧା ପାଇଁ ମନ୍ଦିର କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି।