ସଂଜୟ ମାଲହୋତ୍ରା ହେଲେ ଆରବିଆଇ ଗଭର୍ଣ୍ଣର
sanjay malhotra RBI GOVERNOR
ନୂଆଦିଲ୍ଲୀ : କେନ୍ଦ୍ର ରାଜସ୍ୱ ସଚିବ ସଂଜୟ ମାଲହୋତ୍ରାଙ୍କୁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆର ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଛି । ବୁଧବାର ସେ ଆରବିଆଇ ଗଭର୍ଣ୍ଣର ଭାବେ ଦାୟିତ୍ୱ ନେବେ । ତିନି ବର୍ଷ ପାଇଁ ତାଙ୍କୁ ନିଯୁକ୍ତି ମିଳିଛି । ଏନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ୧୯୯୦ ବ୍ୟାଚ୍ ଆଇଏଏସ ଶ୍ରୀଯୁକ୍ତ ମାଲହୋତ୍ରା ରାଜସ୍ଥାନ କ୍ୟାଡ଼ରର ଅଫିସର । ଅର୍ଥନୀତି କ୍ଷେତ୍ରରେ ତାଙ୍କର ପାରଦର୍ଶିତା ରହିଥିବାରୁ ମୋଦି ସରକାର ତାଙ୍କୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପ୍ରଦାନ କରିଛନ୍ତି ।