‘ଇ ସାଲା କପ୍ ନାମଡ଼ୁ’
ଅହମ୍ମଦାବାଦ : ୧୮ ବର୍ଷ ପରେ ୨୦୨୫ ଆଇପିଏଲ୍ ଟାଇଟଲ ନେଇଛି ଆର୍ସିବି । ମ୍ୟାଚ୍ ବିଜୟୀ ସମୟରେ ‘ଇ ସାଲା କପ୍ ନାମଡୁ’ର ଏକ ନାରା ସମସ୍ତେ ଦେଇଥିଲେ । ଯାହାକୁ ନେଇ ଚର୍ଚ୍ଚା ଜୋର ହୋଇଥିବା ବେଳେ ଏହାର ଅର୍ଥକୁ ନେଇ ଦର୍ଶକ ଓ ପାଠକଙ୍କ ମଧ୍ୟରେ ଉତ୍ସୁକତା ଦେଖା ଦେଇଛି । ଏହା ଏକ କନ୍ନଡ ଭାଷା ହୋଇଥିବା ବେଳେ ଏହାର ଅର୍ଥ ହେଉଛି - ଏଥର କପ୍ ଆମର । ଦୀର୍ଘ ବର୍ଷ ଧରି ପ୍ରତାରିତ ହୋଇଥିବା ବେଙ୍ଗାଲୁରୁ ଦଳ ଏହି କପ୍ ଜିତିବା ପରେ ଏହାକୁ ନେଇ ଏବେ ବେଙ୍ଗାଲୁରୁର ସବୁଠି ଖୁସିର ମାହୋଲ । ଏହାକୁ ନେଇ ଆଜି ଚିନ୍ନାସ୍ୱାମୀ ସ୍ୱାମୀ ଷ୍ଟାଡିୟମ୍ରେ ଆର୍ସିବିକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ ।