୮ ଆସନ ପାଇଁ ଅଙ୍କ ଛିଣ୍ଡୁନି
 
                                ଭୁବନେଶ୍ୱର : ଏଯାଏଁ ବିଜେଡ଼ି ୯୯ ଆସନ ପାଇଁ ପ୍ରାର୍ଥୀ ବାଛିଥିବାବେଳେ ୪୮ ଆସନ ପାଇଁ ଅଙ୍କ ଛିଣ୍ଡି ପାରିନାହିଁ  । ଯାହାକି ଏବେ ନେତା ଓ କର୍ମୀମାନଙ୍କ ଚିନ୍ତା ବଢ଼ାଇ ଦେଇଛି  । ବହୁ ବିଧାୟକ ଓ ଅନ୍ୟ ଦଳରୁ ଆସିଥିବା ଆଶାୟୀମାନେ ଟିକେଟକୁ ନେଇ ଟେନସନରେ ଅଛନ୍ତି  । ଅନ୍ୟ ଦଳରୁ ଆସି ବିଜେଡ଼ି ଟିକେଟ ହାତେଇନେବାରେ ବିଜେପି ଓ କଂଗ୍ରେସ ନେତା ସକ୍ଷମ ହୋଇଛନ୍ତି  । ଦୁଇ ଦଫା ଟିକେଟ ଘୋଷଣା ବେଳେ ଦଳଡିଅାଁଙ୍କୁ ବିଜେଡ଼ି ଟିକେଟ ପୁରସ୍କାର ଦେଇଥିବା ଦେଖିବାକୁ ମିଳିଛି  । ତେଣୁ ଯେଉଁଯେଉଁ ବିଧାନସଭା ନିର୍ବାଚନମଣ୍ଡଳୀରେ ବିରୋଧୀ ନେତାଙ୍କ ହାତରେ ଭଲ ଭୋଟ ବ୍ୟାଙ୍କ ରହିଛି ସେଠାରେ ବିଜେଡ଼ି ବିଧାୟକ ବା ଆଶାୟୀଙ୍କ ମନରେ ଛନକା ପଶିଯାଇଛି  ।
ଏଯାଏଁ ପଦ୍ମପୁର, ବୀରମିତ୍ରପୁର, ରଘୁନାଥପଲ୍ଲୀ, କୁଚିଣ୍ଡା, ରେଙ୍ଗାଲୀ, ସମ୍ବଲପୁର, ରେଢ଼ାଖୋଲ, ଦେବଗଡ଼, ତେଲକୋଇ, ଆନନ୍ଦପୁର, କେନ୍ଦୁଝର, ଚମ୍ପୁଆ, ସାରସକଣା, ବାଙ୍ଗିରିପୋଷୀ, କରଞ୍ଜିଆ, ଭୋଗରାଇ, ବାଲେଶ୍ୱର, ରେମୁଣା, ସୋରୋ, ସିମୁଳିଆ, ବରି, ବଡ଼ଚଣା, କୋରେଇ, ହିନେ୍ଦାଳ, କାମାକ୍ଷାନଗର, ତାଳଚେର, ଅନୁଗୁଳ, କଂଟାବାଞ୍ଝି, ନର୍ଲା, ବାଲିଗୁଡ଼ା, ବାରବାଟୀ-କଟକ, ସାଲେପୁର, କେନ୍ଦ୍ରାପଡ଼ା, ପାରାଦୀପ, ବାଲିକୁଦା ଏରସମା, କାକଟପୁର, ନିମାପଡ଼ା, ଜୟଦେବ, ଭୁବନେଶ୍ୱର ମଧ୍ୟ, ବେଗୁନିଆ, ଖୋର୍ଦ୍ଧା, ଚିଲିକା, ଖଣ୍ଡପଡ଼ା, ଖଲିକୋଟ, ଲକ୍ଷ୍ମୀପୁର, ଜୟପୁର ଓ ଚିତ୍ରକୋଣ୍ଡାରେ ବିଜେଡ଼ି ଅଙ୍କକଷା ଜାରି ରଖିଛି  । 
ଯେଉଁସବୁ ସ୍ଥାନରେ ଦଳର ସ୍ଥିତି ଅକଳିଆ ରହିଛି, ଯେଉଁଠାରେ ବିଧାୟକମାନଙ୍କ ସର୍ଭେ ରିପୋର୍ଟ ଠିକ୍ ନାହିଁ ସେହିସବୁ ଅଙ୍କ ଏଯାଏଁ ଛିଣ୍ଡି ପାରୁନାହିଁ  । ଟିକେଟ ଘୋଷଣା ପୂର୍ବରୁ ବିଜେଡ଼ି ପକ୍ଷରୁ ଆଶାୟୀମାନଙ୍କୁ ଆଗୁଆ ବୁଝାଶୁଝା ମଧ୍ୟ କରାଯାଉଛି  । ଯାହାଫଳରେ ଟିକେଟ ଘୋଷଣା ପରେ ବେଶୀ ବିଦ୍ରୋହର ସାମ୍ନା କରିବାକୁ ପଡ଼ିବ ନାହିଁ  । ବିଜେଡ଼ିର ଏହି ରଣନୀତି ମଧ୍ୟ ବେଶ ଫଳପ୍ରଦ ହେଉଥିବା ଦେଖିବାକୁ ମିଳୁଛି  ।
ତେବେ ଏକ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବାକି ରହିଥିବା ୪୯ ଆସନ ମଧ୍ୟରୁ ୨୦ରୁ ଉଦ୍ଧ୍ୱର୍ ଆସନ ପାଇଁ ପ୍ରାର୍ଥୀ ଫାଇନାଲ କରାଯାଇସାରିଛି  । ଖୁବଶୀଘ୍ର ଦଳ ପକ୍ଷରୁ ଆଉ ଏକ ପ୍ରାର୍ଥୀ ତାଲିକା ମଧ୍ୟ ଜାରି କରାଯିବ  । କେତେକ ଆସନ ପାଇଁ ସାନି ସର୍ଭେ କରାଯିବା ସହ ସ୍ଥିତିର ଟିକିନିଖି ଅନୁଧ୍ୟାନ କରାଯାଉଛି  । ବିଶେଷକରି ପଂଚାୟତ ପ୍ରତିନିଧିଙ୍କ ମତାମତ ନିଆଯାଉଥିବା ଜାଣିବାକୁ ମିଳିଛ                        
 
 Rasmita Behera
                                    Rasmita Behera                                 
    
             
    
             
    
             
    
             
    
             
    
 
    
 
 
 
