ମୃତକଙ୍କ ପରିବାରକୁ ୧୦ଲକ୍ଷ ସହାୟତା
ନୂଆଦିଲ୍ଳୀ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ସୋମବାର ଦିନ ସହରରେ ହୋଇଥିବା ବିସ୍ଫୋରଣ ପାଇଁ ଗଭୀର ଦୁଃଖ ପ୍ରକାଶ କରି କହିଛନ୍ତି, ଏହି ଘଟଣା ଦିଲ୍ଲୀକୁ "ବଡ ଆଘାତ ଏବଂ ଶୋକାକୁଳ’ କରିଛି । ସୋସିଆଲ ମିଡ଼ିଆ ପ୍ଲାଟଫରର୍ମ ଏକ୍ସ ମାଧ୍ୟମରେ ଏକ ପୋଷ୍ଟରେ ଗୁପ୍ତା କହିଛନ୍ତି ଯେ ଦିଲ୍ଲୀ ସରକାର ସମସ୍ତ ପ୍ରଭାବିତ ପରିବାର ସହିତ ଦୃଢ଼ ଭାବରେ ଠିଆ ହୋଇଛି ଏବଂ ତୁରନ୍ତ ଆର୍ଥିକ ସହାୟତା ଘୋଷଣା କରିଛି । ପ୍ରାଣ ହରାଇଥିବା ପରିବାରକୁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା, ସ୍ଥାୟୀ ଭାବରେ ଅକ୍ଷମ ହୋଇଥିବା ଲୋକଙ୍କୁ ୫ ଲକ୍ଷ ଟଙ୍କା ଓ ଗୁରୁତର ଆହତଙ୍କୁ ୨ ଲକ୍ଷ ଟଙ୍କା ଦିଆଯିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସରକାର ସମସ୍ତ ଆହତଙ୍କ ପାଇଁ ଉପଯୁକ୍ତ ଏବଂ ଗୁଣାତ୍ମକ ଚିକିତ୍ସା ସୁନିଶ୍ଚିତ କରିବେ ।