ଆଶା କର୍ମୀ ଶିବାନୀ ମଣ୍ଡଳଙ୍କୁ ଜୟ ହନୁମାନ ସମ୍ମାନରେ ସମ୍ମାନିତ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ
 
                                
କେନ୍ଦ୍ରାପଡ଼ା  – ଆଜି କେନ୍ଦ୍ରାପଡ଼ା ଜିଲ୍ଲା ର ରାଜନଗର ବ୍ଲକ ଅର୍ନ୍ତଗତ ବାଘମାରି ପଂଚାୟତର ଖାସମୁଣ୍ଡା ଗ୍ରାମର ଆଶାକର୍ମୀ ଶିବାନୀ ମଣ୍ଡଳଙ୍କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବାତ୍ୟା ସମୟରେ ସେବା କାର୍ଯ୍ୟ ପାଇଁ ସମ୍ମାନିତ କରାଯାଇଛି । ସେ ନିଜ ସୁକର୍ମ ପାଇଁ ଆଜି ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ବାତ୍ୟା ଦାନାର ପ୍ରଭାବରେ ଲୋକେ ଆତଙ୍କିତ ଥିବାବେଳେ ଶିବାନୀ ମଣ୍ଡଳ ନିଜ ପରିବାରକୁ ଛାଡ଼ି ସେବା କାର୍ଯ୍ୟ ରେ ବ୍ୟସ୍ତ ଥିଲେ । ତାଙ୍କର ବୟସ ୪୫ ବର୍ଷ ହେବ । ସେ ତିନୋଟି ପିଲା ର ମା ଅଟନ୍ତି । ଏହି ବୟସ ରେ ବାତ୍ୟା ସମୟରେ ବୃଦ୍ଧା ଓ ପ୍ରସୂତି ମହିଳା ଏବଂ ରୋଗୀଙ୍କୁ ନିଜ ପିଠିରେ ବୋହିନେଇ ବାତ୍ୟା ଆଶ୍ରୟ ସ୍ଥଳରେ ପହଂଚୁଥିଲେ । ଯାହା ସେବା ସମାଜ ଏବଂ ନାରୀ ଜାତି ପାଇଁ ଉଦାହରଣ ଅଟେ । ଗତ ବାତ୍ୟାରେ ସେ ସାତ ଜଣକୁ ପିଠିରେ ବୋହି ନେଇଥିଲେ । ଏହି ସେବା କାର୍ଯ୍ୟ ଦେଖି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶିବାନୀ ମଣ୍ଡଳଙ୍କୁ ଜୟ ହନୁମାନ ସମ୍ମାନ ରେ ସମ୍ମାନିତ କରିଥିଲେ । ଆଜିର ଏହି କାର୍ଯ୍ୟରେ ଉପସ୍ଥିତ ଥିବା ଭାଈମାନେ ହେଲେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି, ଟ୍ରଷ୍ଟ ର ଉପଦେଷ୍ଟା ବିଷ୍ଣୁ ଚରଣ ମହାପାତ୍ର, ଜୟନ୍ତ କୁମାର ମଲ୍ଲିକ, ନିହାର ରଞ୍ଜନ ସାହୁ ଓ ପ୍ରଫୁଲ୍ଲ ଦାସ ।
                        
 
 Henamanjaree Swain
                                    Henamanjaree Swain                                 
    
 
    
 
 
 
