ନିର୍ବାହୀଯନ୍ତ୍ରୀଙ୍କ ଘେରିବନ୍ଧ ପରିଦର୍ଶନ
ରାଜନଗର : ,୨୩ା୭; ରାଜନଗର ବ୍ଲକ୍ର ବିଭିନ୍ନ ଲୁଣା ଘେରୀ ବନ୍ଧଗୁଡିକ ପରିଦର୍ଶନ କରିଛନ୍ତି । ତଟବନ୍ଧ ବିଭାଜନର ଭାରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଆଶିଷକୁମାର ସ୍ୱାଇଁ । ପର୍ଯ୍ୟାୟକ୍ରମେ କେରଡାଗଡ-ଅଳତାଙ୍ଗ ଲୁଣା ଘେରୀବନ୍ଧର ଜଗନ୍ନାଥପୁର ନିକଟରେ ନିର୍ମାଣଧିନ ପଥରପ୍ୟାକିଂ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି । ପ୍ୟାକିଂ କାମ ଅଧାପନ୍ତରିଆ ଭାବେ କରାଯାଇଥିବାରୁ ରାସ୍ତାରେ ମାଟି ପକାଇ ଉଚ୍ଚ କରିବା ସହ ତୁରନ୍ତ କାମ ସାରିବାକୁ ଠିକାସଂସ୍ଥା ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ନିଦେ୍ର୍ଦଶ ଦେଇଛନ୍ତି । ଏହି ଘେରୀବନ୍ଧର ବଡକୋଟ ଗାଁ ନିକଟରେ ନିର୍ମାଣ ହେଉଥିବା ପଥର ସ୍ପର ସହ ପ୍ୟାକିଂ କାମ ତଦାରଖ କରି ଶିଘ୍ର ସାରିବାକୁ ନିଦେ୍ର୍ଦଶ ଦେଇଥିଲେ । ରାଜନଗର-ଗୋପାଳପୁର ଲୁଣାଘେରୀବନ୍ଧର ବିଜୁଳିଆ ନିକଟରେ ପଥର ଡମ୍ପିଂ ଓ ପ୍ୟାକିଂ ସଠିକ୍ ଭାବରେ ହୋଇନଥିବାରୁ ଲୁଣାଘେରୀବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି । ଘେରୀବନ୍ଧର ନଦୀପାଶ୍ୱର୍ ତଟ ଅତଡା ଧସି ନଦୀଗର୍ଭକୁ ଚାଲି ଯାଇଥିବାରୁ ବନ୍ଧପ୍ରତି ବିପଦ ଦେଖାଦେଇଛି । ଏହି ସ୍ଥାନକୁ ତଦାରଖ କରିବା ପରେ ଗୁପ୍ତି ସେକ୍ସନର ସାତଭାୟା ଥଇଥାନସ୍ଥଳୀ ବଗପାଟିଆ ଲୁଣାଘେରୀବନ୍ଧ ବୁଲି ଦେଖିଥିଲେ । ଏହି ଘେରୀବନ୍ଧ ନିର୍ମାଣାଧିନ ଅଂଶ ପରିଦର୍ଶନ କରିବା ସହ ତୁରନ୍ତ କାମ ସାରିବା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ସହ ଠିକାସଂସ୍ଥାକୁ ନିଦେ୍ର୍ଦଶ ଦେଇଥିଲେ । ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସ୍ୱାଇଁଙ୍କ ସହ ସହକାରୀ ଯନ୍ତ୍ରୀ ଇଂ ରବିନ୍ଦ୍ରକୁମାର ସାମଲ ଓ ଜୟଚନ୍ଦ୍ର ଜେନା, କନିଷ୍ଠ ଯନ୍ତ୍ରୀ ନିତ୍ୟାନନ୍ଦ ମଲ୍ଲଙ୍କ ସହ କର୍ମଚାରୀମାନେ ଉପସ୍ଥିତ ଥିଲେ ।