କେଉଁ ଦିନ ସରସ୍ବତୀ ପୂଜା ?

ପୁରୀ: ଚଳିତ ବର୍ଷ ସରସ୍ବତୀ ପୂଜା ତାରିଖକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ। ଫେବୃଆରୀ ୨ରେ ପାଳିବେ ନା ୩ରେ ସେନେଇ ଦ୍ୱନ୍ଦ୍ୱ ଉପୁଜିଛି। ଏବେ ଏହି ଦ୍ୱନ୍ଦ୍ୱକୁ ଶ୍ରୀମନ୍ଦିର ପ୍ରଶାସନ ଦୂର କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସୂଚନା ଦେଇ କହିଛନ୍ତି, ଫେବୃଆରୀ ୨ରେ ସରସ୍ବତୀ ପୂଜା ପାଳନ କରାଯିବ। ବିଧି ଅନୁସାରେ ସେହି ଦିନ ରଥ କାଠ ଅନୁକୂଳ କରାଯିବ ବୋଲି ପ୍ରଶାସନ କହିଛନ୍ତି।