ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ତେଜିଲେ ଅଭିଭାବକ
ାା ପ୍ରଭାନୁ୍ୟଜ ।ା ଧାମନଗର: ଧାମନଗର ବ୍ଲକର ହସନାବାଦ ପଂଚାୟତର ତଳ ଅସ୍ତକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜକୁ ଦୁଇ ବର୍ଷ ହେବ ୪ ଜଣ ଶିକ୍ଷକ ଥିବା ବେଳେ ସେଥିରୁ ଦୁଇ ଜଣ ବଦଳି ହୋଇ ଥିବା ବେଳେ ଜଣେ ଶିକ୍ଷୟତ୍ରିଙ୍କ ଅକାଳ ବିୟୋଗ ଘଟିଥିଲା । ତେବେ ଜଣେ ଶିକ୍ଷକଙ୍କ ଦ୍ୱାରା ଏବେ ଉକ୍ତ ବିଦ୍ୟାଳୟ ଚାଲିଚି । ଉକ୍ତ ବିଦ୍ୟାଳୟ ଟି ୧୯୭୫ ମସିହାରେ ସ୍ଥାପିତ ହୋଇଥିଲା । ପ୍ରଥମରୁ ଅଷ୍ଟମରେ ପାଖାପାଖି ଦୁଇ ଶହରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ପାଠ ପଡ଼ୁଥିବା ବେଳେ ଶିଖକ ଅଭାବରୁ ଏବେ ୯୭ ଜଣ ଛାତ୍ର ଛାତ୍ରୀ ଅଛନ୍ତି । ସେମାନଙ୍କୁ ମାତ୍ର ଜଣେ ଶିକ୍ଷକ ରହି ଯାହା ପାଠ ପଢ଼ାଉ ଥିବେ ତାହା ଅନୁମାନ କରୁଥିବେ । ତେବେ ଏହି ସମସ୍ୟା ପାଇଁ ଅଞ୍ଚଳବାସୀ ବାରମ୍ବାର ଅବିଯୋଗ କରିବା ପରେ କୌଣସି ସୁଫଳ ନ ମିଳିବାରୁ ଶନିବାର ଠାରୁ ଉକ୍ତ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ଅଭିଭାବକ ମାନେ ବିଦ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଥିଲେ । ସୋମବାର ଦିନ ସି ଆର ସି ସି ଅଜୟ ମଲିକ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ସତ୍ୟତା ରହିଛି ଏଦିଗରେରେ ବ୍ଲକ ଶିକ୍ଷାଧିକାରୀ ଜଣେ ଡେପୁଟେସନରେ ଶିକ୍ଷକ ଯୋଗାଇ ଦେବେବୋଲି କହିଛନ୍ତି । ତେବେ ଯେତେଦିନ ଯାଏ ଆହୁରି ଦୁଇ ଜଣ ଶିକ୍ଷକ ଯୋଗାଇ ଦିଆ ନ ଯାଇଛି ତାଲା ପକାଇଇ ପ୍ରତିବାଦ କରାଯିବ ବୋଲି ଅଭିଭାକ ଓ ପରିଚାଳନା କମିଟିର ସଦସ୍ୟ ମାନେ କହି ପ୍ରତିବାଦ କରି ଧାରଣାରେ ବସିଛନ୍ତି । ଦୀର୍ଘ ଦିନ ହେବ ଦାବି କରିଆସୁଥିଲେ ବି ଉକ୍ତ ବିଦ୍ୟାଳୟକୁ ବିଭାଗୀୟ ଅଧିକାରି ଜାଣି ଶୁଣି ଅବହେଳା କରୁଛନ୍ତି ବୋଲି ସରପଂଚ ଅଜୟ ମାଝୀ ଅଭିଯୋଗ କରିଛନ୍ତି ।