ଗାଡ଼ି ଯାଞ୍ଚ ଓ ଫାଇନ ଆଦାୟ

ଭଦ୍ରକ: ଭଦ୍ରକ ସହରାଞ୍ଚଳର ବିଭିନ୍ନ ଛକରେ ଜୋରଦାର ଗାଡ଼ି ଚେକିଂ ଚାଲିଛି । ଯାତାୟାତ କରୁଥିବା ବାଇକ ଚଳାଳିମାନେ ଖସି ଯିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ ସବୁ ଛକରେ ଧରା ପଡିଯାଉଥିବା ଦେଖାଯାଇଛି । ଭଦ୍ରକ ଟାଉନ ପୁଲିସ ଷ୍ଟାଫଙ୍କ ପକ୍ଷରୁ କଚେରୀ ବଜାର, ନୂଆବଜାର, ବାଇପାସ, ଚରମ୍ପା ଇତ୍ୟାଦି ରାସ୍ତାରେ ଗାଡ଼ି ଚେକିଂ ଜୋରଦାର ହୋଇଛି । ହେଲମେଟ ନଥିବା ଗାଡିର, ନମ୍ବର ପ୍ଲେଟ ଭାଙ୍ଗି ଯାଇଥିବା, ଅଧିକ ବେଗରେ ଗାଡି ଚଳାଉଥିବା ଇତ୍ୟାଦି ମୋଟ ଉପରେ ଗାଡିର କାଗଜ ପତ୍ର ଯାଞ୍ଚରେ ଧରା ପଡି ବହୁ ଆକାରରେ ଜରିମାନା ଆଦାୟ ହୋଇଥିବା ଦେଖାଯାଇଛି ।