ପ୍ରାକୃତିକ ଚିକିତ୍ସା ଓ ଯୋଗ ଶିବିର
ବଡ଼ସାହି : ଉତ୍ତର ଓଡିଶାର ସୁପ୍ରସିଦ୍ଧ ହରିହର ପୀଠ ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ପରିସରରେ ଥିବା ଜଗନ୍ନାଥ ନାଟ ମଣ୍ଡପ ଠାରେ "ବୃଦ୍ଧାବସ୍ଥାରେ ପ୍ରାକୃତିକ ଚିକିତ୍ସା ଓ ଯୋଗ ଶିବିର’ ଅନୁଷ୍ଠିତ ହୋଇଯାଇଛି । ଇଣ୍ଟର ନ୍ୟାସନାଲ ନେଚରପ୍ୟାଥି ଅର୍ଗାନାଇ ଜେସନ, ଜାତୀୟ ପ୍ରାକୃତିକ ଚିକିତ୍ସା ସଂସ୍ଥାନ ଆନୁକୂଲ୍ୟରେ ମାଣତ୍ରୀ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ଉଚ୍ଚବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା । ଭାରତୀୟ ରେଡ଼କ୍ରସ ସୋସାଇଟିର ଭାଇସ୍ ପେଟ୍ରୋନ ତଥା ଓଡିଶା ଷ୍ଟେଟ ଜୁନିୟର ରେଡକ୍ରସର ସିନିୟର ରିସୋର୍ସପାର୍ଶନ ଡ଼କ୍ଟର ରମାକାନ୍ତ ମହାନ୍ତଙ୍କ ସଭାପତିତ୍ୱରେ ଏବଂ ସୁରଭି ପାଣିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରାକୃତିକ ଚିକିତ୍ସିକ ଭାସ୍କର ଚିକିତ୍ସକ ଚନ୍ଦ୍ରଦୁର୍ଗା, ବିଶିଷ୍ଟ ଅତିଥି ଭାବେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ପ୍ରଶିକ୍ଷିତ ସ୍ୱାସ୍ଥ୍ୟ ଦୂତ ଶିଶିର କୁମାର ନାୟକ, ଅନ୍ୟତମ ଅତିଥିଭାବେ ମାଣତ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନ ଶିକ୍ଷକ ସରୋଜ କୁମାର ବେହେରା, ଅଖିଳ ଭାରତୀୟ ବହୁଭାଷୀ ସାହିତ୍ୟ ପରିଷଦ "କବି ସଙ୍ଗମ’ର ସଭାପତି ବାସୁଦେବ ନାପିତ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ନାଥ ପ୍ରଧାନ, ପ୍ରାକ୍ତନ ବିଦ୍ୟାଳୟ ପରିଦର୍ଶକ ଦୁର୍ଯେ୍ୟାଧନ ସିଂ, ସାମ୍ବାଦିକ ଗତିକୃଷ୍ଣ ମହାନ୍ତ, ମାଣତ୍ରୀ ଡାକ୍ତରଖାନାରେ ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତିପ୍ରାପ୍ତ ଯୋଗ ଡାକ୍ତରାଣୀ ସୁଜିତା ଏବଂ ଯୋଗ ଶିକ୍ଷୟିତ୍ରୀ ସୁରଭି ପାଣି ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମନ୍ଦିରର ପରିଛା ପ୍ରଦୀପ କୁମାର ପଣ୍ଡା, ପ୍ରାକ୍ତନ କ୍ରୀଡା ଶିକ୍ଷକ ଲକ୍ଷ୍ମୀଧର ନାୟକ, ପଣ୍ଡିତ ପିତାମ୍ବର ମିଶ୍ର ଉଚ୍ଚ ପ୍ରଶଂସା କରିଥିଲେ । ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀ କର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସ୍ୱେଚ୍ଛାସେବୀ ବାବୁଲା ପଣ୍ଡା, ହରିଶଚନ୍ଦ୍ର ମହାନ୍ତ, ମାଣତ୍ରୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ ।