କାର୍ ଦୁର୍ଘଟଣା: ଉଦ୍ଧାର ହେଲେ ନାବାଳକ ସହ ଚାରି ଜଣ ଯାତ୍ରୀ
ାା ପ୍ରଭାନୁ୍ୟଜ୍ ।ା ସାରସକଣା /ବାଙ୍ଗିରିପୋଷି: ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଧଡାଙ୍ଗିରି ନିକଟସ୍ଥ ନୟନ ଯୋଡ଼ିକୁ ଖସିପଡିଛି ଏକ କିଆ ସେଲଟସ କାର । ପାଣି ଅଳ୍ପ ଥିବାରୁ ବଡ଼ ଅଘଟଣ ରୁ ବର୍ତ୍ତି ଯାଇଛନ୍ତି କାର ଭିତରେ ବସିଥିବା ପରିବାର । ପରିବାର ସହିତ ଅଯୋଧ୍ୟା ରାମମନ୍ଦିରରୁ ବୁଲିସାରି ରାଇରଙ୍ଗପୁର ରୁ ବାଲେଶ୍ୱର ନିଳଗିରି ଯାଉଥିଲେ ଏହି ପରିବାର । ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଅଚାନକ ନିଦରୁ ଆଖି ଲାଗିଯିବାରୁ ଭାରସାମ୍ୟ ହରାଇ କାରଟି ବାଙ୍ଗିରିପୋଷି ଥାନା ଧଡାଙ୍ଗିରି ନିକଟସ୍ଥ ନୟନ ଯୋଡ଼ିରେ ଖସିପଡିଥିଲା । କାର ଭିତରେ ଥିବା ତିନିଜଣ ମହିଳା ସହିତ ପୁରୁଷ ଓ ଜଣେ ନାବାଳକ ଏହି ଦୁର୍ଘଟଣାରେ ଆହତ ହୋଇଛନ୍ତି । ସ୍ଥାନୀୟ ଜନସାଧାରଣ ଏମାନଙ୍କୁ ଗାଡି ଭିତରୁ ଉଦ୍ଧାର କରି ସମସ୍ତଙ୍କୁ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିବା ବେଳେ । ସମସ୍ତେ ସୁସ୍ଥ ରହିଥିବା ଜଣାପଡିଛି । ବାଙ୍ଗିରିପୋଷି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।