ପୁରୁଣା ଇଟାରେ ଚାଲିଛି ସ୍କୁଲ୍ ଗୃହ ନିର୍ମାଣ

ାା ପ୍ରଭାନୁ୍ୟଜ ।ା ନିଆଳି: ନିଆଳି ବ୍ଲକ୍ ଅଧିନ ଦେବୀ କନ୍ଦଳ ଦ୍ୱୀପାଞ୍ଚଳ ଅନ୍ତର୍ଗତ ରାଣୀଓଳା ପଞ୍ଚାୟତ ବରିଷଣ ଗ୍ରାମରେ ଥିବା ବିଶ୍ୱନାଥ ବିଦ୍ୟାପୀଠରେ ନିର୍ମାଣ ଚାଲିଛି ୫ଟି ଓ ବ୍ଲକ ଅର୍ଥରେ ଶ୍ରେଣୀଗୃହ । ମାତ୍ର ଶ୍ରେଣୀ ଗୃହରେ ବ୍ୟବହୃତ ହେଉଥିବା ଇଟାଗୁଡିକ ପୁରୁଣା ଗୃହକୁ ଭଙ୍ଗାଯାଇ ବ୍ୟବହାର କରାଯାଇଛି । ଏବଂ ସେହି ଇଟାରେ ନିର୍ମାଣ କରାଯାଇଛି କାନ୍ଥ । ତେବେ ସେହି ପୁରୁଣା ଗୃହର ନିର୍ମାଣ ତତ୍କାଳୀନ ଯନ୍ତ୍ରୀ ସମୟରେ କରଯାଇଥିଲା । ବିଭିନ୍ନ ସମୟରେ ସମ୍ପୃକ୍ତ ଯନ୍ତ୍ରୀ ଜଣକ ବିବାଦରେ ପଶି ରହିବା ପରେ ସେଠାରେ ନୂତନ ଯନ୍ତ୍ରୀଙ୍କୁ ନିଯୁକ୍ତି ଦିଆଗଲା । ନୂତନ ଯନ୍ତ୍ରୀ ଦିବ୍ୟରଞ୍ଜନ ମୁଦୁଲି କାର୍ଯ୍ୟକୁ ଦେଖି କାମ ବନ୍ଦ କରିବାକୁ କରିଥିଲେ । କାମ କରୁଥିବା ବ୍ୟକ୍ତିମାନେ ବାରଣକୁ ନ ମାନି ନିଜ ମନମର୍ଜିରେ ବିନା ପିଲର୍ରେ ଡିପିସି ନଥିବା ଭଙ୍ଗା ଇଟା ଯୋଡା ଯାଇଥିବା କାନ୍ଥ ଉପରେ ଛାତ ପକାଇବାକୁ ଉଦ୍ୟମ କରାଯାଉଛି । କୋଡିଏ ଲକ୍ଷରୁ ଊଦ୍ଧ୍ୱର୍ ଟଙ୍କାରେ ନିର୍ମାଣ ହୋଇଥିବା ଗୃହ ତରବରିଆ ଭାବରେ ଅଧା ପ୍ଲାଷ୍ଟର୍ ସରିଲାଣି । ଏଠାରେ ପ୍ରଶ୍ନ ଉଠୁଛି କାହା ସ୍ୱାର୍ଥ ଓ କାହା ନିଦେ୍ର୍ଦଶରେ ବିଭାଗୀୟ ଯନ୍ତ୍ରୀ ଓ ବ୍ଲକ୍ ପ୍ରଶାସନକୁ ଖାତିରି ନ କରି କାର୍ଯ୍ୟ କରାଯାଉଛି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଉକ୍ତ ଗୃହର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠାଇଛନ୍ତି ଅଭିଭାବକ ମାନେ । ଜିଲ୍ଳାପାଳ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରୁଛନ୍ତି ।