ବିଜେପିର ପ୍ରସ୍ତୁତି ବୈଠକ

 ଏରସମା : ଏରସମା ବ୍ଲକ ଅନ୍ତର୍ଗତ ନୂଆଗାଁ ମହାବୀର ଆଶ୍ରମ ପରିସରରେ ବିଜେପି ଦଳର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜେପିର ପୂର୍ବତନ ବ୍ଲକ ସଭାପତି ତଥା ଆଇନଜୀବୀ ଅକ୍ଷୟ ସ୍ୱାଇଁଙ୍କ ଆବାହକତ୍ୱରେ ଢ଼ିଙ୍କିଆ, ଗଡ଼କୁଜଙ୍ଗ ଓ ନୂଆଗାଁ ତିନି ପଞ୍ଚାୟତର ପଞ୍ଚାୟତ ପ୍ରମୁଖ ଓ ଦଳୀୟ କର୍ମୀମାନଙ୍କୁ ନେଇ ଏକ ବୈଠକ ନୂଆଗାଁ ମହାବୀର ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଉଦେ୍ଦଶ୍ୟ ସରକାରଙ୍କର ବିଭିନ୍ନ ଆଭିମୁଖ୍ୟ ଜନସାଧାରଣମାନଙ୍କ ନିକଟରେ ପହଞ୍ଚାଇବା ସହିତ ପଞ୍ଚାୟତ ନିର୍ବାଚନରେ ଦଳୀୟ ପ୍ରାର୍ଥୀମାନଙ୍କୁ ବିଜୟ କରାଇବା ମୁଖ୍ୟ ଲକ୍ଷ୍ୟ । କିନ୍ତୁ ଜିନ୍ଦଲ କମ୍ପାନୀ ଆମ ବ୍ଲକରେ ହୋଇଥିଲେ ମଧ୍ୟ ବ୍ଲକକୁ ସମସ୍ତ କାର୍ଯ୍ୟରେ ଉପେକ୍ଷା କରୁଥିବାରୁ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ତତ୍ସହିତ ପଞ୍ଚାୟତକୁ ଆସୁଥିବା ସରକାରଙ୍କ ପ୍ରଦତ୍ତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ବିଜେପିର କର୍ମୀମାନଙ୍କୁ ବ୍ଲକ ପ୍ରଶାସନିକ ଅଧିକାରୀ ଗୁରୁତ୍ୱ ଦେଉନଥିବାରୁ କର୍ମୀମାନଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଥିଲା । ତତ୍ସହିତ ଢିଙ୍କିଆ ତିନି ପଞ୍ଚାୟତରେ ପୂର୍ବରୁ ଭଙ୍ଗା ଯାଇଥିବା ପାନ ବରଜର କ୍ଷତିପୂରଣ ମିଳି ନଥିବାର କର୍ମୀମାନେ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଯଦି ବିଭାଗୀୟ କର୍ତ୍ତୃପକ୍ଷ ଏହି ପ୍ରସଙ୍ଗକୁ ଗୁରୁତ୍ୱ ନ ଦିଅନ୍ତି ତେବେ ଆଗାମୀ ଦିନରେ ବିଜେପିର ସମସ୍ତ କର୍ମକର୍ତ୍ତା ଆନେ୍ଦାଳନକୁ ଓହ୍ଲାଇବେ ବୋଲି ବିଜେପି ନେତା ଆଇନଜୀବୀ ଅକ୍ଷୟ କୁମାର ସ୍ୱାଇଁ ଚେତାବନୀ ଦେଇଛନ୍ତି । ଏହି ବୈଠକରେ ୧୮ ଜଣ କର୍ମକର୍ତ୍ତାକୁ ନେଇ ଏକ କମିଟି ଗଠନ କରାଯାଇଛି । ବୈଠକରେ ନିତ୍ୟାନନ୍ଦ ସ୍ୱାଇଁ, ପ୍ରକାଶ ପାଲ୍, ଦିଲ୍ଲୀପ ବର୍ଦ୍ଧନ, କ୍ଷେତ୍ରମୋହନ ସାହୁ, ନୃସିଂହ ଚରଣ ସାହୁ, ରଞ୍ଜନ କୁମାର ଦାସ, ଦେବେନ୍ଦ୍ର ପାଇଟ୍ଟାଳ, ଦେବେନ୍ଦ୍ର ସ୍ୱାଇଁ, ସୁଦାମ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ  ।