ଦେଶୀମଦ ଜବତ, ୩ ଗିରଫ
ାା ପ୍ରଭାନୁ୍ୟଜ୍ ।ା ସୋର: ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିୟର ଏବଂ ଦେଶୀମଦ ଜବତ କରିଥିବା ବେଳେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୋର ଆଦର୍ଶ ଅବକାରୀ ଥାନାଧିକାରୀ ସନ୍ତୋଷ ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ଅଡ଼ଙ୍ଗ ବଜାର ଗ୍ରାମରେ ଚଢାଉ କରି ଜନାର୍ଦ୍ଦନ ପାତ୍ର ନିକଟରୁ ୬ ଲିଟର ବିୟର, ଜୟନ୍ତ ପାତ୍ର ନିକଟରୁ ୬ ଲିଟର ଆସ୍କା ଫର୍ଟି ଏବଂ ତୁଣ୍ଡପଡା ଗ୍ରାମର ବାସନ୍ତୀ ଦାସ ନିକଟରୁ ୧୦ ଲିଟର ଦେଶୀମଦ ଜବତ କରିବା ସହିତ ସମସ୍ତଙ୍କୁ ଗିରଫ କରିଥିଲେ । ସନ୍ଧ୍ୟାରେ ସୋର ମେଡିକାଲରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଚଢ଼ାଉରେ ଏଏସଆଇ ମିନତୀ ଜେନା, କନେଷ୍ଟବଳ ଶଶୀକାନ୍ତ ସାହୁ, କାଜଲ ପ୍ରିୟଦର୍ଶିନୀ ପ୍ରମୁଖ ସାମିଲ ହୋଇଥିଲେ ।