ମଧୁବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ

 ସାଲେପୁର: ସାଲେପୁରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମଧୁବାବୁଙ୍କ ୯୧ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଟାଙ୍ଗି ସାଲେପୁର ଲୋକସେବା ଫାଉଣ୍ଡେସନ୍ର ଅଧ୍ୟକ୍ଷ ତଥା ବିଜେପି ନେତା ହିମାଂଶୁ ମହାନ୍ତି ସାଲେପୁର କୁଆଁପାଳ ଛକରେ ପହଞ୍ଚô ସେଠାରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଆଇନ୍ଜୀବୀ ରାଜୀବ ଷଡ଼ଙ୍ଗୀ, କଟକ ଜିଲ୍ଲା ଯୁବମୋର୍ଚ୍ଚା ସଂପାଦକ ଆକାଶ ପାତ୍ର, ଦେବବ୍ରତ ମଲ୍ଲ, ପୁଷ୍ପଲତା ଦତ୍ତ, ରିତେଶ ଦାଶ, କାର୍ତ୍ତିକ ଚନ୍ଦ୍ର ବେହେରା, ଶଶିକାନ୍ତ ମହାନ୍ତି, ସଂଜୟ କାଣ୍ଡି, ରାଜୀବ ଦ୍ୱିବେଦୀ, ରାମଚନ୍ଦ୍ର ବେହେରା, ତାପସ କୁମାର ମିଶ୍ର, ଚନ୍ଦନ କୁମାର ସାମଲ, ରବିନ୍ଦ୍ର ସାମଲ, ସୁଧାଂଶୁ ମହାନ୍ତି, କେଶବ ବେହେରା ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ସେହିପରି ବିଶିଷ୍ଟ ସମବାୟବିତ୍ କେନ୍ଦ୍ରାପଡ଼ା ଋଣ ସମବାୟ ସମିତିର ସଭାପତି ପ୍ରମୋଦ ସାହୁ ସାଲେପୁର କୁଆଁପାଳ ଛକରେ ପହଞ୍ଚô ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ସହିତ ସାଲେପୁର ସାରସ୍ୱତ ସମାରୋହ ସମିତିର କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ଦାଶ, ପ୍ରବୀର ଚନ୍ଦ୍ର ଦାସ, ଶିକ୍ଷକ ଅନନ୍ତ ଚରଣ ଦାଶଙ୍କ ସମେତ ବହୁ ମଧୁପ୍ରେମୀ ଉପସ୍ଥିତ ରହି ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେହିପରି ଉକ୍ରଳ ଗୌରବ ମଧୁବାବୁଙ୍କ ୯୧ତମ ଶ୍ରାଦ୍ଧବାର୍ଷିକୀ ଅଟଳ ସେନା ପକ୍ଷରୁ ସାଲେପୁର ସ୍ଥିତ ଜାଗୁଳାଇପୀଠରେ ଅଟଳ ସେନା ରାଜ୍ୟ ସଭାପତି ଦିବାକର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ବଲ୍ଲଭି ଦେବୀ ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦିନବନ୍ଧୁ ରାଉତ ଯୋଗ ଦେଇ ମଧୁବାବୁଙ୍କ ତ୍ୟାଗପୁତ ଜୀବନ ସଂପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।