ଚର୍ଚ୍ଚାରେ ବାଲି ହରଚଣ୍ଡୀ ଗଣ କୁକର୍ମ:  ନାରୀ ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

 ବ୍ରହ୍ମଗିରି : ଗୋପାଳପୁର କଥା ଏବେବି ମନରୁ ଲିଭି ନ ଥିବା ବେଳେ, ଏବେ ପୁଣି ଆଉ ଏକ ଘଟଣା ସମସ୍ତଙ୍କୁ ବ୍ୟଥିତ କରିଛି । ଏହା କେବଳ ଗଣମାଧ୍ୟମରେ ଅଟକି କି ରହିନି, ବରଂ ରାଜ୍ୟ ରାଜନୀତିରେ ମଧ୍ୟ ଆଲୋଡନ ସୃଷ୍ଟି ହୋଇଛି । ବିରୋଧି ଦଳ ନେତା ନବୀନ ପଟ୍ଟନାୟକ ଏହି ଘଟଣାକୁ ନେଇ ଶାସକ ଦଳକୁ ଘେରିଛନ୍ତି । ଏଠି ପ୍ରଶ୍ନ ଉଠୁଛି ନାରୀ ସୁରକ୍ଷାକୁ ନେଇ ?
ସୂଚନା ଯୋଗ୍ୟ, ବ୍ରହ୍ମଗିରିସ୍ଥ ହରଚଣ୍ଡି ପୀଠ ଷୋଳ ପୂଜା ଉପଲକ୍ଷେ  ଅଳ୍ପ ବହୁତ ଚଳଚଞ୍ଚଳ ଥିବା ସତ୍ତ୍ୱେ ଏକ ଅଭାବନୀୟ ଘଟଣା ଉକ୍ତ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି । ଗତ ଶନିବାର ଦିନ ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଦିନ ୧୨ ଟାରେ ସମୟରେ ଜଣେ ଯୁବକ ଓ ଯୁବତୀ ହରଚଣ୍ଡୀ ମନ୍ଦିର ବୁଲିବା ପରେ ମନ୍ଦିର ପାର୍ଶ୍ୱରେ ଥିବା ସମୁଦ୍ର ବୁଲିବା ପାଇଁ ଯିବା ବେଳେ, ୪ଜଣ ଯୁବକ ସେମାନଙ୍କୁ ପିଛା କରିଥିଲେ । ସମୁଦ୍ର ଯିବା ବାଟରେ ସୁନାମୁଣଡୀ ନଦି ପଡିଥାଏ । ତେଣୁ ଡଙ୍ଗାରେ ପାର ହେବାରେ ଏହି ୪ ଜଣ ସାହାଯ୍ୟ କରିବା ପରେ ଆରପଟ ସମୁଦ୍ର ନିକଟରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ଏହି ୪ ଜଣଙ୍କ ମନରେ ଖରାପ ଚିନ୍ତାଧାରା ସୃଷ୍ଟି ହେବାପରେ ଯୁବକଙ୍କୁ ଗଛରେ ବାନ୍ଧି ଏହି ଚାରିଜଣ ଯୁବତୀଙ୍କୁ ଗଣ କୁକର୍ମ କରିଥିଲେ । ଯେତେ କାକୁତି ମିନତି ହେଲେ ମଧା୍ୟ ସେମାନେ ତାଙ୍କ କଥା ନ ଶୁଣି ନଥିଲେ । ପ୍ରାୟ ୩୦ମିନିଟ ପରେ ସେମାନଙ୍କ ଠାରୁ ପାର ପାଇ ମନ୍ଦିର ପାଖରେ ପହଞ୍ଚି ଲୋକଙ୍କୁ ଘଟଣା ସମ୍ପର୍କରେ କହିବାପରେ ଅପରାହ୍ନରେ ସ୍ପେଶାଲ ସ୍କ୍ୱାଡ, ଡିଏସ୍ପି ରବିନାରାୟଣ ଭଞ୍ଜ, ବ୍ରହ୍ମଗିରି ପୁଲିସ, ସଦରଥାନା ପୁଲିସ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରି ୩ଜଣକୁ ଧରିବାରେ ସକ୍ଷମ ହେବାସହ ଜଣେ ଫେରାର ଥିବାର ଆସାମୀକୁ ଆନ୍ଧ୍ର ଓଡ଼ିଶାର ସୀମାରୁ ଧରିବାକୁ ସକ୍ଷମ ହୋଇଛନ୍ତି । ଏ ନେଇ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ପ୍ରକାଶ କରିଛନ୍ତି । ଯେହେତୁ ବାଲି ହରଚଣ୍ଡୀ ଏକ ପର୍ଯ୍ୟଟନସ୍ଥଳ ଅଟେ ଏପରି ଜାଗାରେ ଏ ଆମାନୁଷୀକ କାର୍ଯ୍ୟ ସାଧାରଣରେ ଚିନ୍ତାର କାରଣ ହୋଇଛି । ବର୍ତମାନର ଖବର ଅନୁସାରେ ସମସ୍ତଙ୍କୁ ଡାକ୍ତର ମଇନା କରାଯାଇଅଛି । ଘଟଣାସ୍ଥଳକୁ ସାଇନ୍ଟିଫିକ ଦଳ ଯାଇ ପରିକ୍ଷା କରି ଫେରିଛନ୍ତ । ଏ ଭଳି ଅମାନୁଷିକ କାର୍ଯ୍ୟ ପାଇଁ ସବୁ ମହଲରୁ ନିନ୍ଦା କରାଯିବା ସହ ଦୋଷୀସାବ୍ୟସ୍ତ ସମସ୍ତ ଆସାମୀଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।