ଜଗନ୍ନାଥ ଦର୍ଶନ କଲେ ଆସାମ ରାଜ୍ୟପାଳ
ପୁରୀ : ଆସାମର ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ଗୁରୁବାର ସନ୍ଧ୍ୟାରେ ପୁରୀ ଆସି ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କୁ ଦର୍ଶନ କରି ଫେରିଛନ୍ତି । ସିଂହଦ୍ୱାର ସମ୍ମୁଖରେ ପହଞ୍ଚôବା ପରେ ତାଙ୍କୁ ଏସ୍.ପି ବିନିତ ଅଗ୍ରୱାଲ ଓ ଶ୍ରୀମନ୍ଦିର ପ୍ରଶାସନର କର୍ମଚାରୀମାନେ ସ୍ୱାଗତ କରିଥିଲେ । ଶ୍ରୀ ଆଚାର୍ଯ୍ୟ ଶ୍ରୀମନ୍ଦିରକୁ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସସ୍ତ୍ରୀକ ଦର୍ଶନ କରିବା ସହ ବେଢା ପରିକ୍ରମା କରି ଫେରିଛନ୍ତି ।