ଅକଳରେ ସୋନିଆ ଓ ରାହୁଲ୍
ନୂଆଦିଲ୍ଲୀ : ନାସନାଲ ହେରାଲଡ଼ ମାମଲାରେ ଛନ୍ଦି ହୋଇ ଯାଇଥିବା ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ ପାଇଁ ଅଡୁଆ ବଢ଼ିଯାଇଛି । ଉଭୟ ୧୪୨ କୋଟିର ଅପରାଧିକ ଆୟ କରିଛନ୍ତି ବୋଲି ଇଡ଼ି ପକ୍ଷରୁ ଦିଲ୍ଲୀ କୋର୍ଟରେ ଯୁକ୍ତି ଉପସ୍ଥାପନ କରାଯାଇଛି । ଇଡ଼ି ପକ୍ଷରୁ ଅତିରିକ୍ତ ସଲିସିଟର ଜେନେରାଲ୍ ଏସଭି ରାଜୁ କହିଛନ୍ତିଯେ, ନାସନାଲ ହେରାଲଡ୍ ମାମଲାରେ ଉଭୟ ରାହୁଲ ଓ ସୋନିଆ ଅଭିଯୁକ୍ତ ଅଛନ୍ତି । ଇଡ଼ି ଏହି ମାମଲାରେ ୭୫୨ କୋଟିର ସମ୍ପତ୍ତି ଜବତ କରିବା ପର୍ଯ୍ୟନ୍ତ ସେମାନେ ୧୪୨ କୋଟିର ଅପରାଧିକ ଆୟ କରିଥିଲେ । ସେମାନେଯେ, କେବଳ ମନି ଲଣ୍ଡରିଂ କରିଥିଲେ ତାହା ନୁହେଁ ଏହି ଅପରାଧିକ ଆୟକୁ ବି ନିଜ ପାଖରେ ରଖିଥିଲେ । ସୋନିଆ ଓ ରାହୁଲଙ୍କ ବ୍ୟତୀତ ସାମ ପିଟ୍ରୋଦା, ସୁମନ ଦୁବେ ମଧ୍ୟ ମନିଲଣ୍ଡରିଂ ସଂପୃକ୍ତ ଅଛନ୍ତି । ଅପରପକ୍ଷରେ ଅଭିଯୋଗକାରୀ ସୁବ୍ରମଣ୍ୟମ ସ୍ୱାମୀଙ୍କୁ ଚାର୍ଜସିଟ୍ର ନକଲ ଯୋଗାଇଦେବାକୁ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ୨୦୨୧ରେ ଇଡ଼ି ମାମଲାର ତଦନ୍ତ ଆରମ୍ଭ କରିଥିବାବେଳେ ନିକଟରେ ଏନେଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛନ୍ତି ।