ଦହି, ପିଆଜର ରାଇତାର ସାଇଡ-ଇଫେକ୍ଟ, ଜାଣନ୍ତି

ଦହି, ପିଆଜର ରାଇତାର  ସାଇଡ-ଇଫେକ୍ଟ, ଜାଣନ୍ତି

 ପ୍ରାୟତଃ ଲଞ୍ଚରେ ସମସ୍ତେ ପ୍ଲେଟରେ ରାଇତା ଦେଖିବାକୁ ମିଳୁଛି । ତେବେ ଜାଣିଛନ୍ତି ପିଆଜ,ଦହିରୁ ପ୍ରସ୍ତୁତ ଏହି ରାଇତା ପାଟିକୁ ଖୁବ୍‌ ସୁଆଦିଆ ଲାଗୁଥିବା ବେଳେ ଏହାର ବି ଅଛି କିଛି ସାଇଡ ଇଫେକ୍ଟ। ଅତ୍ୟଧିକ ଖାଇଲେ  ଏହାର ପରିଣାମ ଭୋଗିବାକୁ ପଡ଼ିପାରେ  ।  

ରାଇତା ଖାଇବାର ଉପକାରିତା

ପିଆଜ ଓ ଦହି ଉଭୟ ସ୍ୱାସ୍ଥ୍ୟ ପାଇଁ ହିତକର। ପିଆଜରେ ଭିଟାମିନ୍‌ ସି, କ୍ୟାଲସିୟମ, ଆଇରନ, ଫାଇବର ଆଦି ଭରପୂର ମାତ୍ରାରେ ରହିଛି। ଏଥିସହ ଦହିରେ ପ୍ରୋଟିନ, କ୍ୟାଲସିୟମ ଓ ପ୍ରୋବାୟୋଟିକ୍ସ ରହିଛି। ତେଣୁ ଉଭୟ ଦହି ଓ ପିଆଜର ରାଇତା ଖାଇଲେ ପେଟ ସମସ୍ୟା ଦୂର ହେବା ସହ ଇମ୍ୟୁନିଟି ସିଷ୍ଟମ ଠିକ୍‌ ହୋଇଥଏ।

ପିଆଜ ଓ ଦହି ଉଭୟ ପୋଷକ ତତ୍ତ୍ୱରେ ଭରପୂର। ପିଆଜରେ ଫାଇବର, ଭିଟାମିନ, ଆଣ୍ଟି ବାୟୋଟିକ୍ସ ଅଛି। ଏଥିସହ ଦହିରେ ପ୍ରୋଟିନ, କ୍ୟାଲସିୟମ ଓ ପୋଷକ ଯୌଗିକ ଅମ୍ଳ ରହିଛି। ତେଣୁ ରାଇତା ଶରୀର ପାଇଁ ଖୁବ୍‌ ସ୍ୱାସ୍ଥ୍ୟପ୍ରଦ । ଦହିର ଥଣ୍ଡାପଣ ଓ ପିଆଜର ତିଖାପଣ ମିଶିଲେ ରାଇତା ଖରାରେ ବି ଖୁବ୍‌ ଆରାମ ପ୍ରଦାନ କରିଥାଏ।।

ପିଆଜ ଓ ଦହିର ସଂଯୋଗ ପାଚନ ପ୍ରକ୍ରିୟାକୁ ସୁଧାରିଥାଏ। ଦହିର ପ୍ରୋବାୟୋଟିକ୍ସ ଓ ପିଆଜର ଆଣ୍ଟି ଅକ୍ସିଡେଣ୍ଟ ପେଟ ସମସ୍ୟାକୁ ଦୂର କରିବା ସହ ପାଚନ ପ୍ରକ୍ରିୟାରେ ସହାୟକ ହୋଇଥାଏ।

ଦହିରେ ଭରପୂର ମାତ୍ରାରେ ପ୍ରୋଟିନ ରହିଛି। ଏହା ଶରୀରକୁ ଅନ୍ୟ ପ୍ରୋଟିନ ସ୍ରୋତ ତୁଳନାରେ ହେଲଦି ପ୍ରୋଟିନ ପ୍ରଦାନ କରିଥାଏ।

 ସାଇଡ ଇଫେକ୍ଟ :-

 କିଛି ଲୋକଙ୍କର ଦହି ଓ ପିଆଜ ଖାଇବା ଦ୍ୱାରା ଗ୍ୟାସ ଓ ଏସିଡିଟି ହୋଇଥାଏ। ମୁଖ୍ୟତଃ ଯେଉଁମାନଙ୍କର ହଜମ ପ୍ରକ୍ରିୟା ଠିକ୍‌ ଭାବେ ହୁଏନି ସେମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି।

 ଦହିରେ ଭରପୂର ପ୍ରୋଟିନ ରହିଛି। ତେଣୁ ଏହାକୁ ଅଧିକ ପରିମାଣରେ ସେବନ କଲେ ଓଜନ ବଢ଼ିପାରେ। ତେଣୁ ଯେଉଁମାନେ ମେଦବହୁଳତା ସମସ୍ୟା ଭୋଗୁଛନ୍ତି, ସେମାନେ ଏଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ।