ସିକିମ ଦୁର୍ଘଟଣା : ପାଞ୍ଚଦିନ ପରେ ବି ମିଳୁନି ନିଖୋଜଙ୍କ ପତ୍ତା
ବ୍ୟାସନଗର : ସିକିମିର ଲାଚୁଙ୍ଗ୍ ହିଲଟପରୁ ଫେରୁଥିବା ବେଳେ ହିଲଟପରୁ ଏକ ହଜାର ଫୁଟ ତଳ ତିସ୍ତା ନଦୀକୁ ଖସିପଡ଼ି ନିଖୋଜ ଥିବା ରାଜ୍ୟ ବିଜେପି ସଂପାଦିକା ଇତିଶ୍ରୀ ଜେନାଙ୍କ ସହ ୪ଜଣ ନିଖୋଜ ହେବାକୁ ପାଞ୍ଚଦିନ ଅତିକ୍ରାନ୍ତ ହେଲାଣି । ହେଲେ ନିଖୋଜଙ୍କ ପତ୍ତା ଉଦ୍ଧାରକାରୀ ଦଳକୁ ମିଳିପାରିନି । ପ୍ରବଳମାତ୍ରାରେ ବର୍ଷା ସାଙ୍ଗକୁ ତିସ୍ତା ନଦୀରେ ପ୍ରଖର ସ୍ରୋତ ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସାଜିଛି । ଭଉଣୀ, ଭାଇ, ପୁତୁରାଙ୍କୁ ଫେରିପାଇବା ଅପେକ୍ଷାରେ ଗ୍ୟାଙ୍ଗଟକରେ ଅପେକ୍ଷା କରିଥିବା ଇତିଙ୍କ ଭଉଣୀ ଓ ଝିଆରୀ ନିରାଶ ହୋଇ ଆଜି ଘରକୁ ଫେରିଛନ୍ତି । ହାୱଡ଼ାରୁ ଗୋହ୍ୱାଟି ଏକ୍ସପ୍ରେସରେ ଆସି ସୋମବାର ସକାର ୬.୩୦ ମିନିଟ୍ରେ ଯାଜପୁର ରୋଡ଼ ରେଳଷ୍ଟେସନରେ ଓହ୍ଲାଇଥିଲେ ଇତିଙ୍କ ବଡ଼ ଭଉଣୀ ମଞ୍ଜୁଲତା ଦେଓ, ଜରଣା ମହାପାତ୍ର, ଝିଆରୀ ଜାନି ଓ ଗୁନି । ଷ୍ଟେସନରେ ପହଞ୍ଚôବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ଷ୍ଟେସନରେ ଅପେକ୍ଷା କରି ରହିଥିବା ପରିବାର ସଦସ୍ୟଙ୍କୁ ଦେଖିବା ପରେ ଷ୍ଟେସନଟି କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା । ସେମାନଙ୍କ ଫେରିବା ଖବର ପାଇ ଅପେକ୍ଷାରେ ଥିବା ସଂଖ୍ୟାଧିକ ଲୋକେ ସିକିମିରେ ଘଟିଥିବା ଦୁର୍ଘଟଣା ଘଟଣା ଶୁଣିବାକୁ ଚାହିଁଥିଲେ । ହେଲେ ଭଉଣୀ, ଭାଇ, ପୁତୁରାଙ୍କ ବିନା ଫେରିଥିବା ଦୁଇଭଉଣୀ ଓ ଝିଆରୀ କାନ୍ଦିବାକୁ ଲାଗିଥିଲେ । ପରିବାର ଲୋକେ ସେମାନଙ୍କୁ ସାନ୍ତ୍ୱନା ଦେଇ ଉମାପଦା ସ୍ଥିତ ବାସଭବନକୁ ନେଇଯାଇଥିଲେ । ବାସଭବନରେ ପହଞ୍ଚôବା ପରେ ସିକିମିରେ ଗୁରୁବାର ଘଟିଥିବା ଦୁର୍ଘଟଣା ସଂପର୍କରେ ଇତିଙ୍କ ବଡ଼ ଭଉଣୀ ମଞ୍ଜୁଲତା କୋହଭରା କଣ୍ଠରେ ଗୁରୁବାର କଳାରାତିରେ ଘଟିଥିବା କାଳ ଦୁର୍ଘଟଣାର କାହାଣୀ ବଖାଣିଥିଲେ । କହିଥିଲେ, ଦୁର୍ଘଟଣା ଘଟିବା ପୂର୍ବରୁ ଲାଚୁଙ୍ଗରେ ଯେଉଁ ହୋଟେଲରେ ଥିଲୁ ସେଠାରେ ରହିବାକୁ ଚାହୁଁଥିଲୁ । କାରଣ ରାତି ହୋଇଯାଇଥିଲା ଆଉ ବର୍ଷାବି ହେଉଥିଲା । ହେଲେ ହୋଟେଲବାଲା ଆମ ପ୍ୟାକେଜ ଶେଷ ହୋଇସାରିଛି ବୋଲି କହିଥିଲେ । ଅନ୍ୟ ହୋଟେଲରେ ରହିବାକୁ ଇଛା ରଖିଥିଲୁ କିନ୍ତୁ ଗାଡ଼ି ଡ଼୍ରାଇଭର କିଛି ଅସୁବିଧା ହେବନି ଫେରି ଯିବାକୁ କହିଥିଲେ । ହୋଟେଲରୁ ବାହାରିବା ବେଳେ ଆମ ପରିବାର ୧୧ ଜଣ ଗୋଟିଏ ଗାଡ଼ିରେ ଯିବାକୁ ବାହାରିଥିଲୁ । କିନ୍ତୁ ଇତିର ସାନ ପୁଅ ଯିଏ ଉଦ୍ଧାର ହୋଇ ଗ୍ୟାଙ୍ଗଟକରେ ଚିକିସôିତ ଅଛି, ସେ ଜିଦ ଧରିଲା ଯିଏ ଯୋଉ ଗାଡ଼ିରେ ଆସିଥିଲା, ସିଏ ସେଇଗାଡ଼ିରେ ଯିବ । ଏଣ ଆମେ ଦୁଇଭାଗରେ ବିଭକ୍ତ ହୋଇ ଦୁଇଟି ଗାଡ଼ିରେ ବାହାରିଲୁ । ସତେ ଯେମିତି ଭଗବାନ ଦୁର୍ଘଟଣା ପାଇଁ ଆମ ପରିବାରକୁ ଦୁଇ ଭାଗରେ ବିଭକ୍ତ କରି ଦେଇଥିଲେ । ସାନ ଭଉଣୀ ଇତି ଆମ ସମସ୍ତଙ୍କୁ ଏକାଠି କରି ସିକିମି ବୁଲିବାକୁ ଡ଼ାକି ନେଇଯାଇଥିଲା । ଯିଏ ଆମକୁ ନେଇଯାଇଥିଲା, ସିଏ କି ଭାଇ, ଭାଉଜ ଓ ପୁତୁରା ଆମ ପାଖରେ ନାହାଁନ୍ତି । ଆଜି ଆମେ ଯାଜପୁର ରୋଡ଼ରେ ପହଞ୍ଚô ଏଠାରେ ଥିବା ଆମ ପରିବାରକୁ ଦେଖି କୋହ ସମ୍ଭାଳି ପାରୁନୁ । ଯୋଉ ଭାଇ - ଭାଉଜ ଆମ ପାଖରେ ନାହାନ୍ତି, ତାଙ୍କରି ଘରେ ରହିବୁ । ଆମେ କିଭଳି କଷ୍ଟ ପାଇବୁ ତାହା କହିବା କଷ୍ଟକର । ଯିଏ ନିଖୋଜ ଅଛନ୍ତି, ଆମେ ଠାକୁରଙ୍କୁ ଡ଼ାକୁଛୁ ସେମାନେ ଫେରି ଆସନ୍ତୁ । କିନ୍ତୁ ଯେଉଁ ଦୁଇ ପୁତୁରା ଉଦ୍ଧାର ହୋଇ ମେଡ଼ିକାଲରେ ଚିକିସôିତ ହେଉଛନ୍ତି, ସେମାନେ ସୁସ୍ଥ ହୋଇ ଘରକୁ ଫେରିଲେ ତାଙ୍କ ମୁହଁ ଦେଖି ଟିକେ ଆଶ୍ୱସ୍ତି ହେବୁ । ପରିବାର ଫେରିବା ପରେ କୋରେଇ ବିଧାୟକ ଆକାଶ ଦାସ ନାୟକ ସେମାନଙ୍କ ପାଖରେ ପହଁଚି ଆଶ୍ୱସନା ଦେଇଥିଲେ । ନିଖୋଜଙ୍କ ଉଦ୍ଧାର କାର୍ଯ୍ୟ ବର୍ଷା କାରଣରୁ ବାଧାପାତ୍ର ଘଟୁଥିବା କଥା କହିବା ସହ ସେ ଏବଂ ସରକାର ଉଦ୍ଧାରକାରୀ ଦଳ ସହ ସଂପର୍କରେ ଅଛନ୍ତି । ସରକାର ଉଦ୍ଧାର କାର୍ଯ୍ୟ ଉପରେ ଲଗାତାର ସିକିମି ସରକାରଙ୍କ ସହ ଯୋଗାଯୋଗରେ ଥିବା କଥା କହିବା ସହ ଚିକିସôିତ ହେଉଥିବା ଦୁଇଭାଇ ସାମାନ୍ୟ ସୁସ୍ଥ ହେବା ପରେ ସେମାନଙ୍କୁ ଭୁବନେଶ୍ୱରକୁ ଆଣି ଚିକିସôା କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଆକାଶ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପକ୍ଷରେ ନିଖୋଜ ଭାଇ, ଭାଉଜ ଏବଂ ଭଉଣୀଙ୍କ ଅପେକ୍ଷା ସହ ଗ୍ୟାଙ୍ଗଟକରେ ଚିକିସôିତ ହେଉଥିବା ଦୁଇ ପୁତୁରାଙ୍କ ସୁସ୍ଥ ଅପେକ୍ଷାରେ ଇତିଙ୍କ ଭାଇ ଶିଶିର ଏବଂ ଦୁର୍ଘଟଣା ପରେ ପହଁଚିଥିବା ଜଣେ ପୁତୁରା ରହିଛନ୍ତି ।
ପ୍ରକାଶ ଥାଉକି ବ୍ୟାସନଗର ପୈାରାଞ୍ଚଳ ଉମାପଦା ଗ୍ରାମର ଭାଇଭଉଣୀ ଗୋଟିଏ ପରିବାର ୧୧ ଜଣ ଗ୍ୟାଙ୍ଗଟକ ବୁଲିବାକୁ ଯାଇଥିଲେ । ଲାଚୁଙ୍ଗରୁ ଗଲା ଗୁରବାର ୨୯ତାରିଖ ରାତିରେ ଦୁଇଟି ଟୁରିଷ୍ଟ ଗାଡ଼ିରେ ଫେରୁଥିବା ବେଳେ ଇତି, ପୁଅ ସାହିଲ(୨୨) ସାଇରାଜ(୧୮) ଭାଇ ଅଜିତ ନାୟକ(୪୭), ଭାଉଜ ସୁନିତା(୪୩) ପୁତୁରା ତଥା ଅଜିତଙ୍କ ପୁଅ ସ୍ୱଂୟସୁପ୍ରୀତିମ(୧୭) ଥିବା ଗାଡ଼ିଟି ହଜାରେ ଫୁଟ ତଳକୁ ଖସିପଡ଼ିଥିଲା । ଆଗରେ ଅନ୍ୟ ଗାଡ଼ିରେ ଯାଉଥିବା ଭାଇ, ଭାଉଜ ଝିଆରୀ ଏକଥାର ଟେର ପାଇପାରିନଥିଲେ । ଅଭିଯୋଗ ପରେ ଉଦ୍ଧାକାରୀ ଦଳ ପହଞ୍ଚô ଦୁର୍ଘଟଣାର ୬ଘଣ୍ଟା ପରେ ଗଛରେ ଲାଖି ରହିଥିବା ଦୁଇ ଭାଇ ତଥା ଇତିଶ୍ରୀଙ୍କ ସାନ ପୁଅ ସାଇରାଜ ଓ ଅଜିତଙ୍କ ପୁଅ ସ୍ୱଂୟସୁପ୍ରୀତିମଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲେ ।