ସାପ କାମୁଡାରେ ବୃଦ୍ଧ ଗୁରୁତର
ସୁକିନ୍ଦା: ସୁକିନ୍ଦା ବ୍ଲକ ହରିପୁର ଗ୍ରାମରେ ସାପ କାମୁଡାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ ସୋମବାର ସକାଳ ୮ଘଟିକା ସମୟରେ ହରିପୁର ଗ୍ରାମର ବାସିନ୍ଦା ୬୫ ବର୍ଷୀୟ କାଳନ୍ଦୀ ବାରିକଙ୍କୁ ଘର ପାର୍ଶ୍ୱରେ ବିଷଧର ସାପ ଦଂଶନ କରିବାରୁ ସେ ଗୁରୁତର ହୋଇଯାଇଥିଲେ । ତରୁନ୍ତ ପରିବାରବର୍ଗ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।