ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ
ଯାଜପୁର: ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ ହୋଇଯାଇଛି । ବରୁଣେଶ୍ୱର କଲେଜରେ ଅଖିଳଚକ୍ର ପକ୍ଷରୁ ନେତାଜୀଙ୍କ ଜୟନ୍ତୀ ପାଳନ କରାଯାଇଥିଲା । ଆୟୋଜିତ ଏକ ଆଲେଚନା ଚକ୍ରରେ ପ୍ରାଧ୍ୟାପକ ପ୍ରସନ୍ନ ରାଉତ ସଭାପତିତ୍ୱ କରିଥିଲେ । ଏଥିରେ ଡ. ଶ୍ରୀହରି ଧଳ, ସମ୍ପାଦକ ହରେକୃଷ୍ଣ ପଣ୍ଡା, ସହସମ୍ପାଦକ ଡ. ରବୀନ୍ଦ୍ର କୁମାର ପରିଡା, ସହସମ୍ପାଦକ ଗୈ÷ାରାଙ୍ଗ ସ୍ୱାଇଁ, ଶିକ୍ଷାବିତ ପୀତମ୍ବର ସ୍ୱାଇଁ, ଅଭୟ ଖୁଣ୍ଟିଆ, କବି ଜୀତେନ୍ଦ୍ର କୁମାର ବେହେରା, ଅଧ୍ୟାପିକା ମୋନାଲିଶା ନାୟକ ମନୋରଂଜନ ଧଳ, ରମେଶ ନାଥ, ବଟକୃଷ୍ଣ ଦାସ, ଗିରିରାଜ ସ୍ୱାଇଁ, ରାମଚନ୍ଦ୍ର ଜେନା ପ୍ରମୁଖ ଅଂଶ ଗ୍ରହଣ କରି ନେତାଜୀଙ୍କ ବୀରତ୍ୱ ଓ ସ୍ୱାଧିନତା ସଂଗ୍ରାମରେ ଯେଉଁ ବଳିଷ୍ଠ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ ।
ବ୍ୟାସନଗର: ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ନେତାଜୀ ସ୍ମୃତି ସଂସଦ ପକ୍ଷରୁ ସଭାପତି ତଥା ଶ୍ରମିକ ନେତା ପ୍ରଫୁଲ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ନେତାଜୀ ଯୁବଶକ୍ତି ଶୀର୍ଷକ ଆଲୋଚନା ସଭାରେ ଶିକ୍ଷକ ନେତା ଡ. ଦୁଷ୍ମନ୍ତ ନାୟକ, ବ୍ୟାସନଗର କଲେଜର ପୂର୍ବତନ ଅଧ୍ୟକ୍ଷ ଡ଼.କୁଶଚନ୍ଦ୍ର ପ୍ରଧାନ, ଶିକ୍ଷାବିତ ଅଶ୍ୱିନୀ କୁମାର ଦାସ, ଆମ୍ବେଦକର ସ୍ମୃତି ସଂସଦର ସମ୍ପାଦକ ବାବୁଲାଲ ଗୁରୁ,ସମାଜସେବୀ ଅର୍ଜୁନ ଚରଣ ସାହୁ, ପ୍ରଧାନ ଶିକ୍ଷୟିତ୍ରୀ ମୀନତି ସିଂ, ସାମ୍ବାଦିକ ପବିତ୍ର ରଞ୍ଜନ ମହାନ୍ତି ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ସଂସଦର ସମ୍ପାଦକ ବିକାଶ ଦାସ ବିବରଣୀ ପାଠ କରିଥିଲେ । ଏହାପରେ ପ୍ରବନ୍ଧ, ବକ୍ତୃତା ଇତ୍ୟାଦି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ଏବଂ ମାନପତ୍ର ଅତିଥି ମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ତ୍ରିଲୋଚନ ରାଉତ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ । କାର୍ଯ୍ୟକ୍ରମରେ ସନ୍ତୋଷ ବରାଳ, ରମେଶ ରାଉତ, ଲାଲମଣି ମୁଣ୍ଡା, ପାନି କିସ୍କୁ, ମାଳତୀ ହାଁସଦା, ସନ୍ତୋଷ କୁମାର ପୃଷ୍ଟି, କାହ୍ନୁ ମୁଖି, ଗଙ୍ଗା ନାୟକ ଓ କୌଶଲ୍ୟା ମୁଖୀ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ ।
କବାଟବନ୍ଧ: ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଅଞ୍ଜିରା ପଞ୍ଚାୟତ ବୁରୁସାହିରେ ସମାଜସେବୀ,ଅଧ୍ୟାପକ ସନ୍ତୋଷ କୁମାର ଦାଶ ଓ ଗୋପବନ୍ଧୁ ପ୍ରେସ୍ କ୍ଲବ୍ ମିଳିତ ଆନୁକୂଲ୍ୟରେ ମହାନ ପୁରୁଷ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମ କରି ଆଦିବାସୀ ଭାଈଭଉଣୀ ଓ କୁନିକୁନି ପିଲାମାନଙ୍କୁ ନେତାଜୀଙ୍କ ବିଷୟରେ ଶ୍ରୀ ଦାଶ ଗୁଣଗାରିମା ବର୍ଣ୍ଣନା କରିଥିଲେ । ଦିବସରେ ପ୍ରେସ୍ କ୍ଲବ୍ର ସଭାପତି ବସନ୍ତ କୁମାର ମଲ୍ଲିକ, ସମ୍ପାଦକ ଚିତ୍ରସେନ ନାଥ, ସହ ସମ୍ପାଦକ ନିଷ୍କାନ୍ତ ଖଟୁଆ, ଉପଦେଷ୍ଟା ଅମର କୁମାର ଭୂୟାଁ, ଅସୀତ ନାୟକ, ଶଙ୍କର ପ୍ରତାପ ଦାସ ଓ ସମାଜସେବୀ ଲାଲୁ ପ୍ରସାଦ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।