ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଦାବି
ବୈଶିଙ୍ଗା: ବହୁ ବର୍ଷ ଧରି ବୈଶିଙ୍ଗା ଠାରେ ଏକ ଦମକଳ କେନ୍ଦ୍ର ସ୍ଥାପନ ପାଇଁ ଅଞ୍ଚଳବାସୀ ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ଠାରେ ଦାବି କରିଆସୁଥିଲେ ମଧ୍ୟ କାହାରି ନିଦ ଭାଙ୍ଗୁନାହିଁ । ଆଜି ସିନା ସବୁଆଡ଼େ ପକ୍କା ଛାତ ଘର ହୋଇଯାଇଛି ମାତ୍ର ଯେତେବେଳେ ନଡ଼ା ଛପର, ଟାଇଲ, ଦିସ୍ତା ଘରେ ଯେତେବେଳେ ଘର ତିଆରି କରି ବସବାସ କରୁଥିଲେ ସେତେବେଳେ ଘର ପୋଡିର ଭୟାବହତା ଥିଲା ତାହା ନ ଦେଖିଲେ ଲୋକେ ବିଶ୍ୱାସ କରିପାରିବେ ନାହିଁ । ଏଭଳି ଲୋମ ହର୍ଷଣକାରୀ ଘଟଣା ଗଡଦେଉଳିଆ, ହୋତାପୁର, ଜାମନଣ୍ଡା, ବୈଶିଙ୍ଗା, ପାଟଳୀପୁରା ଗ୍ରାମରେ ପୂର୍ବରୁ ଘଟିଥିଲା ଯେଉଁଥିରେ କି ଗ୍ରାମର ଶହ ଶହ ଘର ଧ୍ୱଂସ ସ୍ତୂପରେ ପରିଣତ ହୋଇ ଯାଇଥିଲା । ସେତେବେଳେ ବାରିପଦା, ବାଲେଶ୍ୱର, ଜଳେଶ୍ୱର, ସୋର ଆଦି ସ୍ଥାନରୁ ଦମକଳ ଗାଡି ବୈଶିଙ୍ଗା ପହଞ୍ଚିବାକୁ ଦୁଇରୁ ତିନି ଘଣ୍ଟା ଲାଗୁଥିଲା, ଯାହା ପାଇଁ ଧନଜୀବନକୁ ରକ୍ଷା କରା ଯାଇ ପାରୁ ନଥିଲା । ସ୍ୱାଧୀନତା ପରଠାରୁ କେତେ ବିଧାୟକ, ମନ୍ତ୍ରୀ ବୈଶିଙ୍ଗା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ ମଧ୍ୟ ଦମକଳ କେନ୍ଦ୍ର ସ୍ଥାପନ ପାଇଁ କାହାରି ଆଗ୍ରହ ନ ଥିବାର ପରିଲକ୍ଷିତ ହୋଇଥିଲା । ବୈଶିଙ୍ଗା ନିର୍ବାଚନ ମଣ୍ଡଳୀ ଥିବା ସମୟରେ ବୈଶିଙ୍ଗାଠାରେ ବ୍ଲକ କାର୍ଯ୍ୟାଳୟ କାର୍ଯ୍ୟକାରୀ କରୁଛି ବୋଲି ସରକାରଙ୍କର ଦସ୍ତାବିଜ ରହିଛି । କେଉଁ କାରଣରୁ ବୈଶିଙ୍ଗା ଏବଂ ଏହାର ଆଖପାଖ ଅଞ୍ଚଳରେ ସଂଖ୍ୟାଧିକ ପଞ୍ଚାୟତ ଥିଲେ ମଧ୍ୟ ନିର୍ବାଚନ ମଣ୍ଡଳୀର ଉପାନ୍ତ ଅଞ୍ଚଳ ବେତନଟୀ ଠାରେ ବ୍ଲକ କାର୍ଯ୍ୟାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ଥାପନ କରାଯିବା ସହିତ ଦମକଳ କେନ୍ଦ୍ର ସ୍ଥାପନ କରାଗଲା । ମାତ୍ର ଏହି ନିର୍ବାଚନ ମଣ୍ଡଳୀର ସୀମା ପୁରୁଣିଆ - ଅଁଳା ଠାରୁ ବେତନଟୀକୁ ୨୮/୩୦ କି.ମି. ପୁୁରୁଣିଆ ଗ୍ରାମ ପଞ୍ଚାୟତ ଠାରୁ ମଧ୍ୟ ୨୮ କିି.ମି. ଦୂର କାରଣରୁ ଦମକଳ କେନ୍ଦ୍ର ପହଞ୍ଚିବାରେ ବିଳମ୍ବ ହୁଏ । ଘରପୋଡ଼ି ବ୍ୟତୀତ ଦୁର୍ଘଟଣା, ବନ୍ୟା, ବାତ୍ୟା ଆଦି ଦୁର୍ବିପାକ ପାଇଁ ଦମକଳ ବାହିନୀଙ୍କ ସହଯୋଗ ନିତାନ୍ତ ଜରୁରୀ । ଏଥିପାଇଁ ପୂର୍ବରୁ ଥିବା ଏହି ଦାବିକୁ ବର୍ତ୍ତମାନ ବୁଦ୍ଧିଜୀବୀ ମହଲରେ ପୁନର୍ବାର ଦାବି ଜଣାଇଛନ୍ତି । ଆଗାମୀ ଦିନରେ ଏହି ଦାବିକୁ ବିଚାରକୁ ନିଆଯାଇ ନୂୂଆ ସରକାର ଏ ଦିିିଗରେ ଗୁରୁତ୍ୱ ଦେବେ ବୋଲି ଅଞ୍ଚଳବାସୀ ଦୃଢ ଭାବେ ଆଶା ବ୍ୟକ୍ତ କରିଛନ୍ତି ।