ବିଷାକ୍ତ ଛତୁ ଖାଇ ୩ ଛାତ୍ରୀ ଅସୁସ୍ଥ
ସୁକିନ୍ଦା : ସୁକିନ୍ଦା ବ୍ଲକ ବେଣାଗାଡିଆ ଗ୍ରାମରେ ବିଷାକ୍ତ ଛତୁ ଖାଇ ତିନିଜଣ ଛାତ୍ରୀ ଅସୁସ୍ଥ ହୋଇଛନ୍ତି । ସୂଚନା ମୁତାବକ, ବେଣାଗାଡିଆ ଗ୍ରାମରେ ଗ୍ରାମର ସନ୍ତୋଷ ମହାନ୍ତଙ୍କ ୧୦ବର୍ଷର ଝିଅ ସୁଭସ୍ମିତା ମହାନ୍ତ, ପ୍ରିତିପ୍ରୀୟା ମହାନ୍ତ (୭) ମୋହନ ମହାନ୍ତ ମହାନ୍ତଙ୍କ ଝିଅ ପ୍ରମିଳା (୧୦) ବିଷାକ୍ତ ଛତୁ ଖାଇ ପ୍ରବଳ ବାନ୍ତି କରି ଅସୁସ୍ଥ ହୋଇଛନ୍ତି । ସମସ୍ତ ଛାତ୍ରୀ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଛି ।