ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିବ ଏକ୍ସଜାରୋ
ଭୁବନେଶ୍ୱର : ଗୁଜୁରାଟର ଇଦରର ଗୋରୋଲଠାରେ ଭାରତର ଅନ୍ୟତମ ଅଗ୍ରଣୀ ଭିଟ୍ରିଫାଇଡ୍ ଏବଂ ଚମକଦାର ଟାଇଲ୍ସ ଉତ୍ପାଦନକାରୀ ଏକ୍ସଜାରୋ ଟାଇଲ୍ସ ଲିମିଟେଡ୍ ଗର୍ବର ସହ ଏକ ୫ ମେଗାୱାଟ ଡିସି ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରିବାକୁ ଘୋଷଣା କରିଛି । ୨୫ ବର୍ଷ ୪ ମାସ ପାଇଁ ଲିଜ୍ ଜମିରେ ସ୍ଥାପିତ ଏହି ସୌର ପ୍ରକଳ୍ପ ଗୁଜରାଟର ତାଲୋଦଠାରେ ଥିବା କମ୍ପାନିର ଉତ୍ପାଦନ ୟୁନିଟ୍ ପାଇଁ କ୍ୟାପ୍ଟିଭ୍ ବ୍ୟବହାର ପାଇଁ ସମର୍ପିତ । ଏହି ପ୍ଲାଟରେ ଏବେ ବାର୍ଷିକ ପ୍ରାୟ ୨୧ ନିୟୁତ ବିଦୁ୍ୟତ୍ ୟୁନିଟ୍ ବ୍ୟବହାର ହେଉଛି । ସୌର ଶକ୍ତି ବର୍ତ୍ତମାନ କାର୍ଯ୍ୟକୁ ସମର୍ଥନ କରୁଥିବାରୁ କମ୍ପାନି ବାର୍ଷିକ ପ୍ରାୟ ୫.୬୭ କୋଟି ଟଙ୍କା ସଞ୍ଚୟ କରିବ । ଯାହା ଦ୍ୱାରା ୟୁନିଟ୍ରେ ଶକ୍ତି ଖର୍ଚ୍ଚରେ ୩୦% ହ୍ରାସ ଘଟିବ । ଏକ୍ସଜାରୋ ଟାଇଲ୍ସ ଲିମିଟେଡର ପରିଚାଳନା ନିଦେ୍ର୍ଦଶକ ମୁକେଶ କୁମାର ବି ପଟେଲ କହିଛନ୍ତି ସୌର ପ୍ରକଳ୍ପ ଆମର ବ୍ୟବସାୟିକ କାର୍ଯ୍ୟକୁ ବିଶ୍ୱସ୍ତରୀୟ ସ୍ଥାୟୀତା ଲକ୍ଷ୍ୟ ସହିତ ଯୋଡିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ । ଏହା କେବଳ ଆମର ଖର୍ଚ୍ଚ ଦକ୍ଷତାକୁ ସୁଦୃଢ କରେ ନାହିଁ ବରଂ ସ୍ୱଚ୍ଛ ଶକ୍ତି ଏବଂ ପରିବେଶ ଦାୟିତ୍ୱ ପ୍ରତି ଆମର ପ୍ରତିବଦ୍ଧତାକୁ ମଧ୍ୟ ଦର୍ଶାଏ ।