ଭଲ ଲଢେ଼ଇ କରି ହାରିଲେ ସୌମ୍ୟ

soumyaranjan

ଭଲ ଲଢେ଼ଇ କରି ହାରିଲେ ସୌମ୍ୟ

ଭୁବନେଶ୍ୱର : ଘସିପୁରାରେ ଭଲ ଲଢେ଼ଇ କଲେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ  । ବିଜେଡ଼ି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ରଙ୍କୁ କଡ଼ା ଟକ୍କର ବି ଦେଲେ  । ହେଲେ ସ୍ୱାଧୀନ ଭାବେ ଲଢ଼ିବାରୁ ଅଳ୍ପକେ ହାରିଗଲେ  । ଯଦି ସୌମ୍ୟ ବିଜେପି ପ୍ରାର୍ଥୀ ହୋଇଥା’ନ୍ତେ ତେବେ ନିଶ୍ଚିତ ବିଜୟ ହାସଲ କରିଥା’ନ୍ତେ ବୋଲି କୁହାଯାଉଛି  । ଅଟୋ ଚିହ୍ନରେ ସୌମ୍ୟ ନିର୍ବାଚନ ଲଢୁଥିଲେ  । ପ୍ରାରମ୍ଭିକ ଟ୍ରେଣ୍ଡରେ ସେ ବଦ୍ରିଙ୍କୁ ବି ପଛରେ ପକାଇ ଦେଇଥିଲେ  । କିନ୍ତୁ ଶେଷରେ ବିଜେଡ଼ି, ନବୀନ ଓ ନିଜସ୍ୱ ସଂଗଠନ ପାଇଁ ବଦ୍ରି ବାଜିମାତ କରିବାରେ ସଫଳ ହୋଇଛନ୍ତି  ।