୪୨ରୁ ବିଜେପି ୨୪, ବିଜେଡ଼ି ୧୪ ଆଗୁଆ

ElectionResult

୪୨ରୁ ବିଜେପି ୨୪, ବିଜେଡ଼ି ୧୪ ଆଗୁଆ

ଭୁବନେଶ୍ୱର : ଦିନ ୧୦ଟା ସୁଦ୍ଧା ବିଜେଡ଼ିକୁ ପଛରେ ପକାଇଦେଇଛି ବିଜେପି  । ଏଯାବତ ୪୨ ବିଧାନସଭା ଆସନ ମଧ୍ୟରୁ ବିଜେଡ଼ି ୧୪ ଆସନରେ ଆଗୁଆ ଥିବାବେଳେ ବିଜେପି ୨୪ ଆସନରେ ଆଗୁଆ ରହିଛି  । ବିଜେପି ପ୍ରାର୍ଥୀ ଦିଲ୍ଲୀପ ରାୟ ବି ଆଗରେ ରହିଛନ୍ତି  । କେନ୍ଦୁଝର ବିଧାନସଭାରେ ମୋହନ ମାଝୀ ଆଗରେ ରହିଛନ୍ତି  । ପୂର୍ବରୁ ଏଭଳି ଟ୍ରେଣ୍ଡ କେବେ ଆସିନଥିଲା  ।

ବିଜେପିର ହେଭିୱେଟ ନେତାମାନେ ପ୍ରାରମ୍ଭିକ ଟ୍ରେଣ୍ଡରେ ଆଗୁଆ ରହିଛନ୍ତି  । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁରର ଆଗରେ ରହିଛନ୍ତି  । ଯେତେବେଳେକି ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ, ପୁରୀରେ ସମ୍ବିତ ପାତ୍ର, କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା ଆଗରେ ରହିଛନ୍ତି  । ଅପରପକ୍ଷରେ କେନ୍ଦୁଝରରେ ଅନନ୍ତ ନାୟକ, ସୁନ୍ଦରଗଡ଼ରୁ ଜୁଏଲ ଓରାମ୍‌ ଆଗରେ ଥିବାବେଳେ ବରଗଡ଼ରେ ପ୍ରଦୀପ ପୁରୋହିତ ମଧ୍ୟ ଆଗରେ ଅଛନ୍ତି  । ବିଜେପିର ଏଭଳି ପ୍ରଦର୍ଶନ ଏବେ ବିଜେଡ଼ି ଶିବିରରେ ନିରାଶ ଖେଳାଇ ଦେଇଛି  । ତେବେ ଏବେ ପ୍ରାରମ୍ଭିକ ଟ୍ରେଣ୍ଡ ଚାଲିଥିବାରୁ ଦିନ ୧ଟା ବେଳକୁ ହିଁ ପ୍ରକୃତ ଟ୍ରେଣ୍ଡ ଆସିପାରିବ ବୋଲି ଆଶା କରାଯାଉଛି  ।

ଓଡ଼ିଶାରେ ଏଯାବତ ଇସିଆଇଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଜେପି ଆଗରେ ରହିଛି  । ବିଜେପି ୧୩ ଆସନରେ ଆଗୁଆ ଥିବାବେଳେ ବିଜେଡ଼ି ୬ ଓ ସ୍ୱାଧୀନ ଗୋଟିଏ ସ୍ଥାନରେ ଆଗରେ ରହିଛି  । ସେହିପରି ଲୋକସଭାରେ ବିଜେପି ୮ ଆସନରେ ଆଗୁଆ ଥିବାବେଳେ ବିଜେଡ଼ି ୨ ଆସନରେ ଆଗୁଆ ରହିଛି  । ଯେତେବେଳେକି କଂଗ୍ରେସ ଗୋଟିଏ ଆସନରେ ଆଗରେ  ଅଛି  ।