ଚୋରି ହେଲା ଦଶମୂଳ ମୋଦକ : ଶ୍ରୀଜିଉଙ୍କୁ ଲାଗି ହେଲା ମାରା ଭୋଗ ମୋଦକ

ଚୋରି ହେଲା ଦଶମୂଳ ମୋଦକ  :  ଶ୍ରୀଜିଉଙ୍କୁ ଲାଗି ହେଲା ମାରା ଭୋଗ ମୋଦକ

ହାପ୍ରଭୁଙ୍କ ନୀତିରେ ପୁଣି ବିଭ୍ରାଟ । ଚୋରି ହୋଇଗଲା ଦଶମୂଳ ମୋଦକ । ଶ୍ରୀଜିଉଙ୍କୁ ଲାଗି କରାଗଲା ମାରା ମୋଦକ । ୭୦ଟି ମୋଦକ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ର । ସ୍ନାନ ପୂର୍ଣ୍ଣିମାରେ ମହାସ୍ନାନ ପରେ ଜ୍ବରରେ ପଡ଼ିଛନ୍ତି ମହାପ୍ରଭୁ । ସୁସ୍ଥ ହେବା ପାଇଁ ପାରମ୍ପରିକ ପଦ୍ଧତିରେ ଚାଲିଛି ଚିକିତ୍ସା । ଫୁଲୁରି ତେଲ ଲାଗି ପରେ ରାଜବୈଦ୍ୟ ଦଶମୂଳ ମୋଦକ ଗାରଦରେ ଦାଖଲ କରିବାର ପରମ୍ପରା ରହିଛି ।  ରାଜବୈଦ୍ୟ ମୋଟ ୩୧୩ଟି ମୋଦକ ଦାଖଲ କରିଥାନ୍ତି । କିନ୍ତୁ ଏଥିରୁ ୭୦ଟି ମୋଦକ କମ ଥିବା ଅଭିଯୋଗ ହୋଇଛି । ୩୧୩ ସ୍ଥାନରେ ୨୪୩ଟି ମୋଦକ ମହାପ୍ରଭୁଙ୍କୁ ଲାଗି କରାଯାଇଥିବା ଅଭିଯୋଗ ଆଣିଛନ୍ତି ହଳଧର ଦାସ ମହାପାତ୍ର । ୭୦ଟି ମୋଦକ ଚୋରି ହୋଇଛି । ଏଠି ପ୍ରଶ୍ନ ଉଠୁଛି ମାରା ହୋଇଥିବା ମୋଦକ ମହାପ୍ରଭୁଙ୍କଠାରେ କିପରି ଲାଗି ହେଲା ? ଗାରଦ କାର୍ଯ୍ୟାଳୟରୁ କିଏ ଚୋରି କଲା ମୋଦକ? ସୁରକ୍ଷାକର୍ମୀ କଣ କରୁଥିଲେ ? କିଏ ଲାଗି କଲା ମାରା ମୋଦକ ? କାହିଁକି ବାରମ୍ବାର ଘଟୁଛି ବିଭ୍ରାଟ ?  ଅକ୍ଷମଣିୟ ଅପରାଧର କର୍ଯ୍ୟାନୁଷ୍ଠାନ କେବେ ?