ନିଲମ୍ବିତ ହେଲେ ରସିକିଆ ଥାନାବାବୁ 

ନିଲମ୍ବିତ ହେଲେ ରସିକିଆ ଥାନାବାବୁ 

ଜଗତସିଂହପୁର  ଇନ୍ସପେକ୍ଟର ତପନ ନାହାକ ନିଲମ୍ବିତ  । ସରକାରୀ ପଦମର୍ଯ୍ୟାଦା କ୍ଷୁର୍ଣ୍ଣ ଅଭିଯୋଗରେ କରାଯାଇଛି ନିଲମ୍ବନ  । ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ଓ ପ୍ରତାରଣା ଅଭିଯୋଗରେ ଇନ୍ସପେକ୍ଟର ତପନ ନାହାକ ନିଲମ୍ବିତ ହୋଇଛନ୍ତି । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ନେଇ ଅଭିଯୋଗ ହୋଇଥିଲା  । ଏନେଇ ଜଗତସିଂହପୁର ସଦର ଥାନାରେ ଏତଲା କରିଥିଲେ ହୋମଗାର୍ଡ  । ପୀଡିତା ଯୌନ ନିର୍ଯାତନାର ଏକ ଗମ୍ଭୀର ଅଭିଯୋଗ ଆଣିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । 
ଅବିବାହିତ ମହିଳା ହୋମଗାର୍ଡଙ୍କ ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ପୁଲିସ ଅଧିକାରୀ ଜଣକ ପୂର୍ବରୁ ବିବାହିତ ଏବଂ ତାଙ୍କର ପିଲାଛୁଆ ଅଛନ୍ତି  । ସେ କିଛି ବର୍ଷ ପୂର୍ବେ ଜଗତସିଂହପୁର ଟାଉନ ପୁଲିସ ଷ୍ଟେସନରେ ଏଏସ୍‌ଆଇ ଭାବରେ ନିଯୁକ୍ତ ହୋଇଥିଲେ । ସେତେବେଳେ ହୋମଗାର୍ଡ ଜଣକ ରାଇଟର୍‌ ଭାବରେ କାର୍ଯ୍ୟ କରୁଥିଲେ । ଧୀରେ ଧୀରେ, ହୋମଗାର୍ଡ ସଂପୃକ୍ତ ପୁଲିସ ଅଧିକାରୀ ତପନ ନାହାକଙ୍କ ପ୍ରେମରେ ପଡ଼ିଗଲେ ଏବଂ ସେମାନଙ୍କ ସମ୍ପର୍କ ଗଭୀର ହେବା ସହିତ ଶାରୀରିକ ମଧ୍ୟ ହୋଇଥିଲା । କିନ୍ତୁ, କୁଜଙ୍ଗ ପୁଲିସ ଷ୍ଟେସନର ଆଇଆଇସି ଭାବରେ ବଦଳି ହେବା ପରେ ତପନ ନାହାକ ତାଙ୍କୁ ଏଡ଼ାଇ ଯିବା ଆରମ୍ଭ କରିଥିଲେ । ଏନେଇ ଜଗତସିଂହପୁର ପୁଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିି ଏବଂ ତଦନ୍ତ କାର୍ଯ୍ୟ ଚାଲୁରଖିଛି  ।