କୃଷ୍ଣଚନ୍ଦ୍ରପୁର ବିଦ୍ୟାଳୟର ପ୍ରତିଷ୍ଠା ଦିବସ 

ାା ପ୍ରଭାନୁ୍ୟଜ ।ା ବେତନଟୀ: ସ୍ଥାନୀୟ କୃଷ୍ଣଚନ୍ଦ୍ରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଜୁନିଅର କଲେ )ର ୩୩ ତମ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ଥାନୀୟ ପିଲାମାନଙ୍କ ଉଚ୍ଚ ଶିକ୍ଷା ନିମନ୍ତେ ବ୍ୟବସ୍ଥା କିଛି ନ ଥିବା ହେତୁ ଏହି ଅଞ୍ଚଳର ସଚେତନ ବ୍ୟକ୍ତି ବିଶେଷ ଓ ବଦାନ୍ୟ ବ୍ୟକ୍ତିମାନଙ୍କ ଆର୍ଥôକ ସହଯୋଗରେ ଗତ ୧/୧୧/୧୯୯୧ ମସିହାରେ ବିଦ୍ୟାଳୟଟି ପ୍ରତିଷ୍ଠା ଲାଭ କରିଥିଲା ଏବଂ ପରବର୍ତ୍ତୀ ସମୟରେ ଏହାର ଭିତ୍ତିଭୂମି ସୁଦୃଢ ହୋଇ ସରକାରୀ ଅନୁଦାନ ପ୍ରାପ୍ତ ହୋଇ ଏହାର କଳେବର ବୃଦ୍ଧି ପାଇବା ସହିତ କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଛାତ୍ରଛାତ୍ରୀମାନେ ଶିକ୍ଷାଲାଭ କରିବାର ସୁଯୋଗ ପାଇ ପାରିଛନ୍ତି । ଆଜିର ଏହି ପ୍ରତିଷ୍ଠା ଉତ୍ସବରେ ବାରିପଦା ବିଧାୟକ ପ୍ରକାଶ ସୋରେନ ମୁଖ୍ୟଅତିଥି ଭାବେ ଏବଂ ମୁଖ୍ୟବକ୍ତା ଭାବେ ବେତନଟୀ ଡିଗ୍ରୀ କଲେଜର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ରମାକାନ୍ତ ସିଂହ ଯୋଗ ଦେବା ସହିତ ବିଶିଷ୍ଟ ସମ୍ମାନିତ ଅତିଥି ଭାବେ ତଥା ଏହି ଜୁନିଅର କଲେଜର ପ୍ରତିଷ୍ଠାତା ଯୋଗେନ୍ଦ୍ର ନାଥ ମହାନ୍ତ ଏବଂ ଏହି କଲେଜର ପୂର୍ବତନ ଅଧ୍ୟକ୍ଷା ସୁଶାନ୍ତି ପ୍ରଧାନ ଏବଂ ପୂର୍ବତନ ପ୍ରତିଷ୍ଠାତା ସଦସ୍ୟ ପରେଶ ଚନ୍ଦ୍ର ମହାନ୍ତ ପ୍ରମୁଖ ମଞ୍ଚାସୀନ ଥିଲେ । ବର୍ତ୍ତମାନ ଅଧ୍ୟକ୍ଷା ଡକ୍ଟର ମନ୍ଦାକିନୀ ସାହୁ ଏହି ପ୍ରତିଷ୍ଠା ଦିବସ ପାଳନ ଉତ୍ସବରେ ଅଧ୍ୟକ୍ଷତା କରିଥିବାବେଳେ ମଞ୍ଚ ପରିଚାଳନା ବରିଷ୍ଠ ଅଧ୍ୟାପକ ଶେଖାୱାତ ଅଲ୍ଲୀ କରିଥିଲେ । ବରିଷ୍ଠ ଅଧ୍ୟାପକ ଭୂପାଳ ଚନ୍ଦ୍ର ପ୍ରଧାନ କଲେଜର ବାର୍ଷିକ ବିବରଣୀ ପାଠ କରିଥିବାବେଳ ଅଧ୍ୟାପକ ଉବେନ୍ଦ୍ର କୁମାର ଦେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏହି କଲେଜର ପରିଚାଳନା କମିଟିର ପୂର୍ବତନ ସଦସ୍ୟମାନଙ୍କ ସହିତ ମୃତୁ୍ୟବରଣ କରିଥିବା ସଦସ୍ୟମାନଙ୍କ ପରିବାର ବର୍ଗମାନଙ୍କୁ ମରଣୋତ୍ତର ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ପ୍ରତିଷ୍ଠା ଦିବସ ଉପଲକ୍ଷେ ଅନୁଷ୍ଠିତ ସଭା କାର୍ଯ୍ୟରେ ସମସ୍ତ ଅଧ୍ୟାପକଅଧ୍ୟାପିକା ଗ୍ରନ୍ଥାଗାରିକ ଶାରୀରିକ ଶିକ୍ଷା ଅଧ୍ୟାପକ ବିଜ୍ଞାନଗାର ସହାୟକ ଅଣଶିକ୍ଷକ କର୍ମଚାରୀ ମାନଙ୍କ ପୂର୍ଣ୍ଣ ସହଯୋଗରେ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ହୋଇପାରିଥିବାରୁ ଅଧ୍ୟକ୍ଷା ଡକ୍ଟର ମନ୍ଦାକିନୀ ସାହୁ ସମସ୍ତଙ୍କ ସହଯୋଗ ନିମନ୍ତେ ଧନ୍ୟବାଦ ଅର୍ପଣ କରିଥିଲେ ।