ଘଣ୍ଟପଡ଼ାରେ ଗଜଲକ୍ଷ୍ମୀ ପୂଜା
ାା ପ୍ରଭାନୁ୍ୟଜ ।ା ସାଉଥବଲଣ୍ଡା: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଡା ଗ୍ରାମରେ ମହାସମାରୋହରେ ଲକ୍ଷ୍ମୀ ପୂଜା ପାଳନ କରାଯାଉଛି । ଗତ ୧୭ ତାରିଖ ଠାରୁ ମା’ ଧନଦାତ୍ରୀଙ୍କ ପୂଜା ଆନୁଷ୍ଠାନିକ ରୀତିନୀତିରେ ଆରମ୍ଭ ହୋଇଥିବାବେଳେ ୧୦ଦିନ ପର୍ଯ୍ୟନ୍ତ ବିଭିନ୍ନ ପୂଜାମଣ୍ଡପରେ ମା’ ଲକ୍ଷ୍ମୀ ବିରାଜମାନ ରହିବେ । ଏହି ଗ୍ରାମରେ ପ୍ରାୟ ୨୦ଟି ପୂଜା ମଣ୍ଡପରେ ମା'ଲକ୍ଷ୍ମୀ ପୂଜିତ ହେଉଛନ୍ତି । ଶ୍ରୀଲକ୍ଷ୍ମୀ ପୂଜା କମିଟି ସାମନ୍ତ ସାହି, ଜୟଶ୍ରୀ ଲକ୍ଷ୍ମୀ ପୂଜା କମିଟି ମହାନ୍ତି ସାହି, ଜନତା ଲକ୍ଷ୍ମୀପୂଜା କମିଟି ବଉଳ ଛକ-ବିଜନ୍ତା ଲକ୍ଷ୍ମୀ ପୂଜା କମିଟି, ବାଲିସାହି, ବରସାହି ଲକ୍ଷ୍ମୀ ପୂଜା କମିଟି, ଷ୍ଟାର ବଏଜ ଲକ୍ଷ୍ମୀ ପୂଜା କମିଟି, ସ୍କୁଲ ସାହି, ଲକ୍ଷ୍ମୀ ନାରାୟଣୀ ପୂଜା କମିଟି, ତିଅରସାହି, ଭାଗବତ ସାହି, ବଡ଼ସାହି, ନାକିଟି ସାହି, ମହାପାତ୍ର ସାହି, ମଣ୍ଡପ ସାହି, ସାଗରିକା ଲକ୍ଷ୍ମୀ ପୂଜା କମିଟି ସହର ସାହି ଓ ତଳସାହି ଆଦି ପକ୍ଷରୁ ସୁସଜ୍ଜିତ ପୂଜା ମଣ୍ଡପରେ ମା’ ବିରାଜମାନ ହୋଇ ପୂଜା ପାଉଛନ୍ତି । ମା’ଙ୍କ ଏହି ବାର୍ଷିକ ପୂଜା ଦେଖିବାକୁ ଆଖପାଖ ଗାଁରୁ ଅନେକ ଲୋକ ଆନନ୍ଦସହକାରେ ଦେଖିବାକୁ ଆସୁଛନ୍ତି । ଆକର୍ଷଣୀୟ ମୂର୍ତ୍ତି ସାଙ୍ଗକୁ ସୁସଜ୍ଜିତ ତୋରଣ, ରଙ୍ଗୀନ ଉଜ୍ଜ୍ୱଳ ଆଲୋକମାଳାରେ ସମଗ୍ର ଗ୍ରାମ ଅତି ସୁନ୍ଦର ଦେଖାଯାଉଛି । ୧୦ଦିନ ପରେ ମା’ଲକ୍ଷ୍ମୀଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି ।