ଏମ୍ସିଏଲର ସକ୍ଷମ ଯୋଜନାରେ ୨୮୯ ଛାତ୍ରଙ୍କୁ ନିଯୁକ୍ତି
ାା ପ୍ରଭାନୁ୍ୟଜ୍ ।ା ସମ୍ବଲପୁର: ମହାନଦୀ କୋଇଲା କମ୍ପାନୀ (ଏମ୍ସିଏଲ୍)ର ସାମାଜିକ ଦାୟିତ୍ୱବୋଧ ସିଏସ୍ଆର୍ ଉପକ୍ରମର "ସକ୍ଷମ' ଯୋଜନାରେ ବିଭିନ୍ନ ଖଣି ପ୍ରକଳ୍ପରେ ୨୮୯ ଜଣ କୁଶଳୀ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିଛିି । ନିଟ୍କନ୍ ନ୍ୟାସ ଦ୍ୱାରା ଅନୁଗୁଳୁରେ ଆୟୋଜିତ ଦୀକ୍ଷା ସମାରୋହରେ ଏହି ପ୍ରଶିକ୍ଷାର୍ଥୀମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଥିଲା । ଏଥିରେ କମ୍ପାନୀର ଜିଏମ୍ ଏସ୍କେ ସିହ୍ନା ଉପସ୍ଥିତ ଥିଲେ । ଏମ୍ସିଏଲ୍ର ସକ୍ଷମ ଯୋଜନାରେ ନିଟ୍କନ୍ ନ୍ୟାସ ସହଭାଗିତାରେ ୧୦୧୦ ଯୁବକଙ୍କୁ କୌଶଳ ବିକାଶ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଏଥିରେ ୫୪୦ ଜଣ ଛାତ୍ର ସଫଳତାର ସହିତ ପ୍ରଶିକ୍ଷଣ ସମ୍ପୂର୍ଣ୍ଣ କରିଛନ୍ତି । ଏମାନଙ୍କ ମଧ୍ୟରେ ୧୩୨ ଜଣ ଛାତ୍ରୀ ଓ ୪୦୮ ଜଣ ଛାତ୍ର ଅଛନ୍ତି । ମହିଳା ପ୍ରତିଭାଗୀମାନଙ୍କୁ ଖଣି ଇଲେକ୍ଟ୍ରେିସିଏନ୍, ଖଣି ୱେଲଡର ଓ ଏଚିଏମ୍ଏମ୍ ମେକାନିକ୍ ପ୍ରଭୃତି ବିଭାଗରେ ପ୍ରଶିକ୍ଷଣ ଦିଆଯାଉଛି । କାର୍ଯ୍ୟ କ୍ଷେତ୍ରରେ ସମାନତା ଓ ବିବିଧତା ପ୍ରତିପାଦିତ ହେବ ବୋଲି କୁହାଯାଉଛି । ଏହି ପଦକ୍ଷେପ ଜରିଆରେ ଯୁବ ପ୍ରତିଭାମାନଙ୍କୁ ଉଦ୍ୟୋଗ ଆଧାରିତ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି ।