କାର ଧକ୍କାରେ ୬ କାଉଡିଆ ମୃତ

ାା ଏଜେନ୍ସି ।ା ପାଟନା:  ବିହାର ବାଙ୍କା ଜିଲ୍ଲାରେ ଗତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମହାଦେବ ମନ୍ଦିରକୁ ପାଣି ନେଇ ଯାଉଥିବା କାଉଡିଆଙ୍କ ଉପରେ ଚ?ିଗଲା କାର୍?  । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬ କାଉଡିଆଙ୍କ ମୃତୁ୍ୟ ହୋଇଥିବା ବେଳେ ୧୨ରୁ ଅଧିକ ଗୁରୁତର ହୋଇଛନ୍ତି । ଏହି ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ପୁଲିସ୍ ଗାଡିରେ ନିଆଁ ଲଗାଇ ଦେଇଛନ୍ତି । ପୁଲିସ୍ ସୂଚନା ଅନୁଯାୟୀ, ଗତ ରାତିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ୱ କାଉଡିଆ ଗଙ୍ଗା ନଦୀରୁ ପାଣି ଉଠାଇ ସୁଲତାନଗଞ୍ଜ ଅଜଗଭିନାଥ ଧାମରୁ ଦେଓଘର ମହାଦେବ ମନ୍ଦିରକୁ ଯାଉଥିଲେ । ରାତିରେ ସେମାନେ ଯାଉଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଏକ କାର କିଛି କାଉଡିଆଙ୍କ ଉପରେ ଚଢି ଯାଇଥିଲା । 
ଖବର ପାଇ ତୁରନ୍ତ ପୁଲିସ୍ ଓ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଦୁର୍ଘଟଣାରେ ୧୨ ଜଣ ଗୁରୁତର ହୋଇଥିବା ବେଳେ ତୁରନ୍ତ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏଥିସହ ଘଟଣାସ୍ଥଳରେ ୬ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ମୃତଦେହଗୁଡିକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଛି । ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିଲେ ବି ପୁଲିସ୍ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।