ଅକ୍ଟୋବର ୧ରେ ହାବିଲଦାର କନଷ୍ଟେବଳ ସଂଘ ନିର୍ବାଚନ 


ାା ପ୍ରଭାନୁ୍ୟଜ ।ା ପାଣିକୋଇଲି : ଅକ୍ଟୋବର ୧ରେ ଯାଜପୁର ଜିଲା ହାବିଲଦାର କନେଷ୍ଟବଳ ସଂଘ ନିର୍ବାଚନ ଅନୁଷ୍ଠିତ ହେବା  ନେଇ ବିଜ୍ଞପ୍ତି ଜାରି ହୋଇଛି । ଦୀର୍ଘ ବର୍ଷ ହେବ ଯାଜପୁର ଜିଲାରେ ନିର୍ବାଚନ ବନ୍ଦ ରହିଥିଲା । ୨୦୨୨ମସିହା ଏପ୍ରିଲ ୩୦ତାରିଖ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ଏନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ହେବାରୁ ନିର୍ବାଚନକୁ ବନ୍ଦ କରାଯାଇଥିଲା । ଫଳରେ ନୂଆ କମିଟି ଗଠନ ହୋଇପାରୁନଥିଲା । ପୁର୍ନଃବାର ନିର୍ବାଚନ ହେବାର ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ମୁଖ୍ୟାଳୟ ସମତେ ୨୨ଟି ଥାନାରେ ଭୋଟ ଗ୍ରଡଣ କେନ୍ଦ୍ର ଅନୁଷ୍ଠିତ ହେବ । ଥାନାଧିକାରୀ ଏହି ଦାୟିତ୍ୱରେ ରହିବେ । ପ୍ରତି ଥାନାଧିକାରୀଙ୍କୁ ସହଯୋଗ କରିବାକୁ ଜଣେ ସବଇନିସପେକ୍ଟର ଓ ଆସିଷ୍ଟାଣ୍ଡ ସବଇନ୍ସପେକ୍ଟର ରହିବେ ।  ଜଣେ ସଭାପତି, ଜଣେ  ଉପସଭାପତି, ଜଣେ ସାଧାରଣ ସମ୍ପାଦକ, ୨ଜଣ ଯୁଗ୍ମ ସମ୍ପାଦକ, ଜଣେ କୋଷାଧ୍ୟକ୍ଷ ଓ ୫ ଜଣ କାର୍ଯ୍ୟକାରୀ କମିଟି ସଦସ୍ୟ ପାଇଁ ନିର୍ବାଚନ କରାଯିବ । ଏନେଇ ୧ ତାରିଖରୁ ଫର୍ମ ପ୍ରଦାନ କରାଯିବ । ନାମାଙ୍କନ ପତ୍ର ଦାଖଲ ୨୧ ତାରିଖ, ଯାଞ୍ଚ୨୩ ତାରିଖ, ନାମାଙ୍କନ ପତ୍ର ପ୍ରତ୍ୟାହାର ୨୪ ତାରିଖ, ପ୍ରାର୍ଥି ଘୋଷଣା ୨୫ ତାରିଖ, ପ୍ରଚାର ୨୫ରୁ ୨୮ ତାରିଖ ଓ ନିର୍ବାଚନ ଅକ୍ଟୋବର ୧ତାରିଖ ଅନୁଷ୍ଠିତ ହେବ । ୨ତାରିଖ ଜିଲା ପୁଲିସ ମୁଖ୍ୟାଳୟରେ ସକାଳ ୯ଟାରୁ ଗଣତି ଆରମ୍ଭ ହେବ ଓ ଗଣତି ଶେଷ ହେଲେ ଫଳାଫଳ ଘୋଷଣା କରାଯିବ ।