ସହରାଞ୍ଚଳ ପରିବହନ କ୍ଷେତ୍ରରେ ଆମ ବସ ଓ ଆମ ଇ-ରାଇଡକୁ ସ୍ୱତନ୍ତ୍ର ପୁରସ୍କାର

ସହରାଞ୍ଚଳ ପରିବହନ କ୍ଷେତ୍ରରେ ଆମ ବସ ଓ ଆମ ଇ-ରାଇଡକୁ ସ୍ୱତନ୍ତ୍ର ପୁରସ୍କାର

ଭୁବନେଶ୍ୱର : ନିରନ୍ତର ସହରାଞ୍ଚଳ ଗତିଶୀଳତା ପାଇଁ ଅଭିନବ ଆଭିମୁଖ୍ୟ ଅବଲମ୍ବନ କରି ଓଡ଼ିଶା ଜାତୀୟ ମାନ୍ୟତା ହାସଲ କରିଛି । ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (ସିଆରୟୁଟି), ଭୁବନେଶ୍ୱରକୁ ଏହାର ଫ୍ଲାଗସିପ୍‌ ପଦକ୍ଷେପ "ସର୍ବୋତ୍ତମ ସହରାଞ୍ଚଳ ପରିବହନ ପ୍ରକଳ୍ପ କାର୍ଯ୍ୟକାରୀ କରିଥିବା ରାଜ୍ୟ/ୟୁଟି ପାଇଁ ରନିଂ କଫି’ ବର୍ଗରେ "ଆମ୍‌ ବସ ଏବଂ ଆମ୍‌ ଇ-ରାଇଡ୍‌’ ପାଇଁ "ସହରାଞ୍ଚଳ ପରିବହନରେ ସ୍ୱତନ୍ତ୍ର ପୁରସ୍କାର’ ପ୍ରଦାନ କରାଯାଇଛି । ଆଜି ଗୁରୁଗ୍ରାମରେ ଅନୁଷ୍ଠିତ ଅର୍ବାନ ମୋବିଲିଟି ଇଣ୍ଡିଆ (ୟୁଏମଆଇ) ସମ୍ମିଳନୀ ୨୦୨୫ର ଉଦଯାପନୀ ଅଧିବେଶନରେ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ଏହି ପୁରସ୍କାର ପ୍ରଦାନ କରିଥିଲେ । ଗୃହନିର୍ମାଣ ଓ ନଗରଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ରାଜଧାନୀ ଅଞ୍ଚଳ ସହରାଞ୍ଚଳ ପରିବହନ (ସିଆରୟୁଟି) ର ବରିଷ୍ଠ ଅଧିକାରୀମାନଙ୍କ ସହିତ ପ୍ରଦତ୍ତ ଟ୍ରଫି ଗ୍ରହଣ କରିଥିଲେ । ଏହି ଜାତୀୟ ସମ୍ମାନ ଜନକେନ୍ଦ୍ରିତ ଏବଂ ସବୁଜ ପରିବହନ ସମାଧାନରେ ଓଡ଼ିଶାର ନେତୃତ୍ୱକୁ ଦୋହରାଇଥାଏ, ଯାହା ସମନ୍ୱିତ ଏବଂ ପରିବେଶ ଅନୁକୂଳ ପରିବହନ ବ୍ୟବସ୍ଥା ମାଧ୍ୟମରେ ଆଧୁନିକ, ଅନ୍ତର୍ଭୁକ୍ତ ଏବଂ ସ୍ଥାୟୀ ସହର ନିର୍ମାଣ ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ ।