ଚିନିଶିଳ୍ପ ଠିକା କର୍ମଚାରୀ ନିଯୁକ୍ତିରେ ଦଲାଲ ରାଜ୍
ଆସିକା ସମବାୟ ଚିନିକାରଖାନା ନିମନ୍ତେ ପ୍ରତ୍ୟେକ ବର୍ଷ ଠିକା କର୍ମଚାରୀ ନିଯୁକ୍ତି ନିମନ୍ତେ ଏକ ସୁଯୋଗ ସୃଷ୍ଟି କରାଯାଇଥାଏ । ଏଥି ନିମନ୍ତେ ଚିନିଶିଳ୍ପ କତୃପକ୍ଷ ଏକ ଟେଣ୍ଡର ଆବେଦନ କରିଥାନ୍ତି । ଚଳିତ ବର୍ଷ ମଧ୍ୟ ଜାନୁଆରୀ ୧୭ ତାରିଖରେ ଆରମ୍ଭ ହେବାକୁ ଥିବା ଆଖୁ ପେଢା ଋତୁ ନିମନ୍ତେ ଠିକା କର୍ମଚାରୀ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ବାହାର କରିଛି । ଏଥି ପାଇଁ ଭୁବେନେଶ୍ୱରର ଏକ ଠିକା ସଂସ୍ଥାକୁ ନିୟମ ମୁତାବକ ସ୍ତିର କରାଯାଇଛି । ଉକ୍ତ ସଂସ୍ଥା ଜରିଆରେ ଚଳିତ ଆଖୁ ପେଢା ଋତୁରେ ପ୍ରାୟ ୨୨୩ ଜଣ ଅସ୍ଥାୟୀ କର୍ମଚାରୀ ନିଯୁକ୍ତି ଦିଆଯିବର ବ୍ୟବସ୍ତା କରାଯାଇଛି । ଏହି ଚିନି କାରଖାନା ପରିଚାଳନା ନିମନ୍ତେ ସାମୁହିକ ଭାବରେ କିରାଣୀ, ପିଅନ, ଫିଟର, ହେଲପର, ଫିଲଡ ମେନ, ସିଡିଏ, କିଛି ଟେକ୍ନିକାଲ ବ୍ୟକ୍ତି ବିଶେଷଙ୍କୁ ନିଯୁକ୍ତି କରାଗଲେ ସେମାନେ ୪୦ ରୁ ୪୫ ଦିନ ପର୍ଯ୍ୟନ୍ତ ଆଖୁ ପେଢାରେ ବିଭିନ୍ନ କାର୍ଯ୍ୟ କରିବେ । ଏହି ଅସ୍ଥାୟୀ କାର୍ଯ୍ୟକୁ କିଛି ଦଲାଲ ଚିନି ଶିଳ୍ପରେ ଚାକିରୀ କରିବା ନାମରେ ୩୦ ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ମାଗୁଥିବା ଶୁଣିବାକୁ ମିଳୁଛି । ଯୁବଗୋଷ୍ଠି ନିୟମିତ ଚାକିରୀ ଭାବି ଟଙ୍କା ଦେବାକୁ କୁଆଡେ ମନ ସ୍ତିର କରିଛନ୍ତି । କିନ୍ତୁ ଯୁବ ଯୁବତୀ ମାନେ ହୁସିଆର ରହନ୍ତୁ । ଏଭଳି ଠକାମୀର ଶିକାରରେ ପଡନ୍ତୁ ନାହିଁ ବୋଲି ଚିନିଶିଳ୍ପ କତୃପକ୍ଷ କହିଛନ୍ତି । ଅନ୍ୟ ପଟେ ଠିକା ସଂସ୍ଥାକୁ ପରିଚାଳନା ନିଦେ୍ର୍ଦଶକ ଡ ସୁଶାନ୍ତ କୁମାର ପଣ୍ଡା ସ୍ପଷ୍ଟ ନିଦେ୍ର୍ଦଶ ଦେଇଛନ୍ତି ଯେ ଗତ ଥରର ପୁରାତନ କର୍ମଚାରୀ ମାନଙ୍କୁ ପ୍ରଥମେ ଅଗ୍ରାଧିକାର ଦିଆଯିବ । ସେମାନଙ୍କ ବଦଳରେ ନୂତନ ଲୋକ ନେବାକୁ ମନା କରିଛନ୍ତି । ଏଣୁ ଯୁବକ ଯୁବତୀ ମାନେ ଠିକା କାର୍ଯ୍ୟ ନିଯୁକ୍ତି ପାଇଁ ଅର୍ଥ କାରବାରରୁ ନିବୃତ ରହିବାକୁ ବରିଷ୍ଠ ସମବାୟବିତ୍ ମାନେ ମତ ରଖିଛନ୍ତିା କୌଣସି ଲୋକ ଟଙ୍କା ପଇସା ମାଗିଲେ ଠକାମୀରେ ପଡନ୍ତୁ ନାହିଁ ।