ବୋମା ବିସ୍ଫୋରଣରେ ଯବାନ ଆହତ
ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀ ଖଞ୍ଜିଥିବା ଏକ ଆଇଇଡି ବୋମା ବିସ୍ଫୋରଣରେ ଜଣେ ଯବାନ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାରେ ମାଓ ଦମନ ନିମନ୍ତେ ସିଆରପିଏଫର ୧୯୬ ବାଟାଲିୟନର ଯବାନ ମାନେ ମହାଦେବ ଘାଟ ଜଙ୍ଗଲରେ ତଲାସି ଅଭିଯାନ କରୁଥିଲେ । ଅଞ୍ଚଳରେ ତଲାସି ଅଭିଯାନ କରିବା ବେଳେ ପୂର୍ବରୁ ସେଠାରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ଏକ ଆଇଇଡି ବୋମା ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ରାକେଶ କୁଲୁର ନାମକ ସିଆରପିଏଫ ହେଡ୍ କନଷ୍ଟେବଳ ଯବାନ ଆହତ ହୋଇଥିଲେ । ଆହତ ଯବାନଙ୍କୁ ଚିକିସôା ପାଇଁ ବିଜାପୁର ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଞ୍ଚଳରେ ତଲାସି ଅଭିଯାନକୁ ବଢାଇ ଦିଆଯାଇଥିବା ସୂଚନା ମିଳିଛି ।