ଚିନି କାରଖାନାରେ ଅଗ୍ନି ସଂଯୋଗ ନିମନ୍ତେ ପୂଜାପାଠ 

 ଆସିକା: ଏସିଆ ମହାଦେଶର ସର୍ବ ପୁରାତନ ଆସିକା ଚିନିକାରଖାନାରେ ଚଳିତ ବର୍ଷ ଆଖୁ ପେଢା ଋତୁର ଅନୁଷ୍ଠାନିକ ଭାବେ ଶୁଭାରମ୍ଭ ହୋଇଛି । ଚିନି କାରଖାନା ପରିସରରେ ପରିଚାଳନା ନିଦେ୍ର୍ଦଶକ ଡା. ସୁଶାନ୍ତ କୁମାର ପଣ୍ଡା ହୋମ ପୂଜା କରି ବୟଲର ରେ ବିଧିବଦ୍ଧ ଭାବେ ଅଗ୍ନି ସଂଯୋଗ କରିଛନ୍ତି । ଆଜିର ଏହି ବୟଲରରେ ଅଗ୍ନି ସଂଯୋଗ କାର୍ଯ୍ୟକ୍ରମରେ ଚିନିକାରଖାନାର ପରିଚାଳନା ପରିଷଦର ସଭାପତି ରବୀନ୍ଦ୍ର ପଣ୍ଡା, ନିଦେ୍ର୍ଦଶକ ପୂର୍ଣ୍ଣ ବରାଡ, ଚିନି କାରଖାନାର କେନ୍ ମ୍ୟନେଜର ପ୍ରଶାନ୍ତ କୁମାର ପାଢ଼ୀ,ବିଜେପି ନେତା ବିଜୟ ସ୍ୱାଇଁ,ନିଦେ୍ର୍ଦଶକ ନିରଞ୍ଜନ ପ୍ରଧାନ, ଏକାଉଣ୍ଟ ଅଧିକାରୀ ଚିତ୍ତ ଚିନ୍ମୟ ରଞ୍ଜନ ନାୟକ, ଇ. କେଦାରନାଥ ସାହୁ, ଶ୍ରୀନିବାସ ମହାପାତ୍ର,ପ୍ରମୁଖ ହୋମ ପୂଜା ରେ ଯୋଗ ଦେଇ ଚିନି ଶିଳ୍ପରେ ଅଗ୍ନି ସଂଯୋଗରେ ଅଂଶ ଗ୍ରହଣ କରିଥିଲେ । ପ୍ରକାଶ ଥାଉ କି ଆସିକା ସମବାୟ ଚିନିଶିଳ୍ପ ନୂଆଗାଁ ଲିଃକୁ ଗଞ୍ଜାମ, ନୟାଗଡ ଏବଂ ଖୋର୍ଦ୍ଧା ଜିଲ୍ଲା ରେ ଆଖୁ ଚାଷ କରିବା ପାଇଁ ଚାଷୀ ମାନଙ୍କୁ ବହୁ ସଚେତନତା କରାଯାଇଛି । ସେହି କ୍ରମରେ ଚଳିତ ବର୍ଷ ଗଞ୍ଜାମ ଜିଲ୍ଲା ର ୧୬ ଗୋଟି ବ୍ଲକ ରୁ ୧୫୬୩ ଜଣ ଚାଷୀ, ନୟାଗଡ ଜିଲ୍ଲାରେ ୭୫ ଜଣ ଆଖୁ ଚାଷ କରିଛନ୍ତି । ଗତ ୨୦୨୩-୨୪ ଆଖୁ  ପେଢା ଋତୁରେ ମୋଟ ୪୧ ଦିନ ରେ ୦୨ହଜାର ଏକର ଚାଷ ଜମିରେ ୪୯, ୨୫୫ ମେଟ୍ରିକଟନ ଆଖୁ ପେଢା ହୋଇଥିଲା । ସେଥିରୁ ଚିନି କାରଖାନା ୩୮୯୪୦ କୁଇଣ୍ଟାଲ ଚିନି ଉତ୍ପାଦନ କାଟିବାରେ ସକ୍ଷମ ହୋଇଥିଲା କ୍ଷ ଚଳିତ ୨୦୨୪-୨୫ ଆଖୁ ପେଢା ଋତୁରେ ଗଞ୍ଜାମ ଓ ନୟାଗଡ ଜିଲ୍ଲାର ମୋଟ ୧୬୩୮ ଜଣ ଚାଷୀ ମାନଙ୍କ ଠାରୁ ୪୫ ଦିନ ରୁ ୬୦ ଦିନ ମଧ୍ୟରେ ପ୍ରାୟ ୫୦ ହଜାର ମେଟ୍ରିକଟନ ଆଖୁ ପେଢା ହେବାର ଧାର୍ଯ୍ୟ କରାଯାଇଛି । ଚଳିତ ବର୍ଷ ଆଖୁ ଚାଷୀ ମାନଙ୍କ ଟନ ପିଛା ୩୦୫୦ ଟଙ୍କା ଦେବାକୁ ସ୍ଥିର ହୋଇଛି ବୋଲି ପରିଚାଳନା କତୃପକ୍ଷ ଜଣାଇଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଚଳିତ ବର୍ଷ ଆଖୁ ଦରର ମୂଲ୍ୟ ସର୍ବାଧିକ ବୃଦ୍ଧି ବୋଲି କୁହାଯାଉଛି । ଏଥି ସହିତ ରାଜ୍ୟ ସରକାର ପକ୍ଷରୁ ଧାନ ଚାଷୀ ମାନଙ୍କୁ ଯେପରି ଅତିରିକ୍ତ ବୋନସ ଟଙ୍କା ଦିଆଯାଉଛି,ସେହିଭଳି ଆଖୁ ଚାଷ କୁ ରାଜ୍ୟ ସରକାର ମଧ୍ୟ ଅତିରିକ୍ତ ବୋନସ ଦେବାକୁ ଚାଷୀ ଦାବି କରିଛନ୍ତି ।