ମଞ୍ଜରୀ’ ଓ ‘ସମ୍ବଲପୁର’ ପୁସ୍ତକର ଉନ୍ମୋଚନ
ସମ୍ବଲପୁର: ୧୭ଶହ ମସିହାର ପ୍ରାରମ୍ଭରେ ସମ୍ବଲପୁରର ରାଜବୈଦ୍ୟ ଗୋପୀନାଥ ଷଡ଼ଙ୍ଗୀଙ୍କ ଦ୍ୱାରା ରଚିତ " ଚିକିସôା ମଞ୍ଜରୀ" ଗ୍ରନ୍ଥର ଆଜି ଉନ୍ମୋଚନ କରାଯାଇଛି । ଏହାର ପ୍ରକାଶନ ଓ ସମ୍ପାଦନା କରିଥିବା ଦୀପକ କୁମାର ପଣ୍ଡାଙ୍କ ରଚିତ ଅନ୍ୟ ଦୁଇଟି ପୁସ୍ତକ "ସମ୍ବଲପୁର ସମ୍ବଲପୁର" ର ପରିବର୍ଦ୍ଧିତ ଦ୍ୱିତୀୟ ସଂସ୍କରଣ ଓ " ସମ୍ବଲପୁରରେ ମରାଠା ଶାସନ" ଉନ୍ମୋଚନ କରାଯାଇଥିଲା । ସିନେ୍ଧଶ୍ୱରୀ ଧର୍ମ ସଂସଦ ପକ୍ଷରୁ ରଘୁନାଥ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉନ୍ମୋଚନ ଉସôବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ଅବସରପ୍ରାପ୍ତ କୁଳପତି ଡ଼. ଆଦିତ୍ୟ ପ୍ରସାଦ ପାଢୀ କହିଲେ ଯେ ଚିକିସôା ମଞ୍ଜରୀ ଭଳି ଏକ ଉକôୃଷ୍ଟ ଗ୍ରନ୍ଥର ଉପାଦେୟତା ବର୍ତ୍ତମାନ ମଧ୍ୟ ରହିଥିବାରୁ ଏହାର ହିନ୍ଦୀ ଓ ଇଂରାଜୀରେ ଅନୁବାଦ ହେବା ଆବଶ୍ୟକ । ପୁସ୍ତକର ସମୀକ୍ଷା କରି ଡ. ବିଭୂଦତ୍ତ ପ୍ରମୋଦ କୁମାର ମିଶ୍ର କହିଲେ, ବିଷୟ ଆଧାରରେ ଓଡ଼ିଆ ଭାଷାରେ ଲେଖାଯାଇଥିବା ଏହା ସର୍ବପ୍ରଥମ ପୁସ୍ତକ ଅଟେ । ସଂସ୍କୃତ ଏବଂ ଓଡ଼ିଆ ଦ୍ୱବୈତ ଭାଷାରେ ରଚିତ ଏହି ପୁସ୍ତକ ଏକଦା ଚିକିସôା କ୍ଷେତ୍ରରେ ସର୍ବାଧିକ ପ୍ରଚଳିତ ଗ୍ରନ୍ଥ ଥିଲା । ଏହା ବଳରେ ଏବେ ମଧ୍ୟ ଅନାୟାସରେ ଚିକିସôା କରିହେବ । ଡ. ଶ୍ୟାମ ସୁନ୍ଦର ଧର କହିଲେ ଯେ, ଅନାଲୋଚିତ ପ୍ରସଙ୍ଗ ଗୁଡିକୁ ସମ୍ମୁଖକୁ ଆଣି ସମ୍ବଲପୁର ଇତିହାସକୁ ଦୀପକ କୁମାର ପଣ୍ଡା ସମୃଦ୍ଧ କରି ଚାଲିଛନ୍ତି । ଅନେକ ଘଟଣାବଳୀକୁ ସତ୍ୟ କାହାଣୀର ରୂପ ଦିଆଯାଇ ପ୍ରସ୍ତୁତ ହୋଇଥିବା ସମ୍ବଲପୁର ସମ୍ବଲପୁର ପୁସ୍ତକ ଅତ୍ୟନ୍ତ ଆକର୍ଷଣୀୟ ହୋଇଛି । ଏଥିରେ ବହୁ ଅଜଣା କଥା ରହିଛି । ମରାଠା ଶାସନ ଓ ଏହାର ପୃଷ୍ଠଭୂମି ମଧ୍ୟ ଏକ ଅଜଣା, ଅନାଲୋଚିତ ପ୍ରସଙ୍ଗ ଅଟେ । ନାଟକୀୟ ଶୈଳୀରେ ରଚିତ ଏହି ପୁସ୍ତକ ଅତ୍ୟନ୍ତ ପଠନୀୟ ହୋଇଛି ବୋଲି ଡ.ଧର କହିଥିଲେ । ଲେଖକ ଦୀପକ କୁମାର ପଣ୍ଡା ସମ୍ବଲପୁର କୈନ୍ଦ୍ରିକ ବିଷୟ ଭରପୁର ହୋଇ ରହିଛି ଏବଂ ପାଠକମାନଙ୍କ ଉସôାହ ଓ ଆଦୃତି ଜାରି ରହିଲେ ବିଭିନ୍ନ ବିଷୟ ଉପରେ ପୁସ୍ତକ ରଚନା ଓ ପ୍ରକାଶନର ଉପକ୍ରମଣିକା ଜାରି ରହିବ ବୋଲି ସୂଚନା ଦେଇଥିଲେ । ଏ ଅବସରରେ ବୈଦ୍ୟ ରାଜକୁମାର ପଟେଲ ଓ ଡିଟିପି ପାଇଁ ସୁବର୍ଣ୍ଣ ମେହେରଙ୍କୁ ସମ୍ମାନିତ କରାଯାଇଥିଲା । ପ୍ରାରମ୍ଭରେ ସିଦ୍ଧ?ଶ୍ୱରୀ ଧର୍ମ ସଂସଦର ସଭାପତି ଗୋପୀନାଥ ଷଡ଼ଙ୍ଗୀ ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ତଥା ଶେଷରେ ସମ୍ପାଦକ ସୁଶାନ୍ତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।