ସ୍ୱାମୀର ମୃତ୍ୟୁ ଖବର ଶୁଣି ଝୁଲି ପଡ଼ିଲେ ସ୍ତ୍ରୀ

 ସ୍ୱାମୀ-ସ୍ତ୍ରୀ,  ସୁଖ ଦୁଃଖରେ ସବୁ ସ୍ଥିତିରେ ଏକାଠି ରହିବାକୁ ନେଇଥାନ୍ତି ଶପଥ। ଏକାଠି ମରିବାକୁ ଏକାଠି ବଞ୍ଚିବାକୁ କଥା ଦେଇଥାନ୍ତି। ସ୍ୱାମୀର ମୃତ୍ୟୁ ଖବର ଶୁଣି ତାକୁ ବିଶ୍ୱାସ କରିପାରିନଥିବା ପତ୍ନୀ ଏବେ ନିଜେ ଜୀବନ ହାରିଛନ୍ତି। ଏପିରକି ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଉତ୍ତରପ୍ରଦେଶର ଗାଜିଆବାଦରେ ଜୀବନ ହାରିଲେ ସ୍ୱାମୀ। ଖବର ଶୁଣି ଦିଲ୍ଲୀରେ ଝୁଲି ପଡିଲେ ସ୍ତ୍ରୀ। ଉଭୟ ଡକାଡକି ହୋଇ ଚାଲିଯାଇଛନ୍ତି। ମୃତ ସ୍ୱାମୀ ବିଜୟ ପ୍ରତାପ ଚୌହ୍ୱାନଙ୍କ ବୟର ୩୨। ସେହିପରି ପତ୍ନୀ ଶିବାନୀଙ୍କୁ ୨୮ ବର୍ଷ ବୟସ। ସେମାନେ ଗାଜିଆବାଦ୍‌ର ଲୋନି ସୀମାରେ ରହୁଥିଲେ।

ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ଉଭୟ ବିଜୟ ଏବଂ ଶିବାନୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ଘର ଛାଡି ଦିଲ୍ଲୀରେ ଥିବା ନିଜ ବାପ ଘରକୁ ପଳାଇଥିଲେ ଶିବାନୀ। ଏପଟେ ଝଗଡା ପରେ ଦୁଃଖରେ ଭାଙ୍ଗିପଡି ଚରମ ନିଷ୍ପତ୍ତି ନେଇଥିଲେ ସ୍ୱାମୀ ବିଜୟ। ବିଜୟ ଶିବାନୀ ଯିବା ପରେ ତାଙ୍କୁ ଏକ ଫୋନ୍ କରିଥିଲେ ବୋଲି ଜଣାପଡ଼ିଛି, ଯେଉଁଥିରେ ସେ ତାଙ୍କୁ ଆଉ କେବେ ଦେଖିପାରିବେ ନାହିଁ ବୋଲି କହିଥିଲେ। ଏହାପରେ ଗାଜିଆବାଦ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଥିଲେ।ବିଜରଙ୍କ ମୃତ୍ୟୁ ଖବର ଶୁଣିବା ପରେ ଶିବାନୀଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେ ସ୍ୱାମୀଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରିନଥିଲେ। ଶିବାନୀ ତାଙ୍କ ବାପ ଘରଠାରୁ ପ୍ରାୟ ୮ କିଲୋମିଟର ଦୂର ଉତ୍ତର-ପୂର୍ବ ଦିଲ୍ଲୀର ଲୋନି ଗୋଲଆଉଟ୍ ନିକଟରେ ଏକ ବିଦ୍ୟୁତ୍ ଖୁଣ୍ଟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ବିଜୟ ଏବଂ ଶିବାନୀଙ୍କର ଏକ ବର୍ଷର ଝିଅ ଅଛି। ଏସିପି ଲୋନି ସୀମାର ଭାସ୍କର ବର୍ମା କହିଛନ୍ତି ଯେ ପୁଲିସ ବିଜୟଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି, ଅଧିକ ତଦନ୍ତ ଜାରି ରହିଛି। ସନ୍ତୋଷଙ୍କ ବାପା-ମା' ଚାଷ ଜମିରେ କାମ କରୁଥିବା ବେଳେ ଶକୁବ୍ରାର ଅପରାହ୍ନ ୧ଟାରେ ଜଗନ୍ନାଥପୁରର ଖାରଗୱା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ​​ ପୁଲିସର ସୂଚନା ଅନୁଯାୟୀ, ସନ୍ତୋଷଙ୍କ ପରିବାର ଏବଂ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ସମ୍ପତ୍ତିକୁ ନେଇ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା।

ଶନିବାର ଦିନ, ଚାଷ ଜମିରେ କୌଣସି କଥାକୁ ନେଇ ବିବାଦ ପରେ, ଝଗଡ଼ା ରକ୍ତାକ୍ତ ସଂଘର୍ଷରେ ପରିଣତ ହୋଇଥିଲା। ପରେ ସନ୍ତୋଷଙ୍କ ଦାଦା ତାଙ୍କ ବାପା-ମା'ଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ସନ୍ତୋଷଙ୍କ ବାପା-ମା' ଏବଂ ଭାଇଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା। ସେପଟେ ସାମ୍ବାଦିକ ସନ୍ତୋଷ କୁମାର ଟୋପୋଙ୍କ ଭାଇ ଗୁରୁତର ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।ପୁଲିସ କହିବା ମୁତାବକ, ଅଭିଯୁକ୍ତ ଏହି ସମସ୍ତଙ୍କୁ କୁରାଢ଼ିରେ ଅତି ନିର୍ମମ ଭାବରେ ହାଣି ହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା କୁହାଯାଇଛି। ସୂଚନା ପାଇବା ମାତ୍ରେ ଖାରଗୱା ପୁଲିସ ଷ୍ଟେସନର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ପୁଲିସ କହିଛି ଯେ ସନ୍ତୋଷଙ୍କ ଦାଦା ଏବଂ ଅନ୍ୟ ସନ୍ଦିଗ୍ଧ ସମ୍ପର୍କୀୟଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ହତ୍ୟାକାରୀମାନଙ୍କୁ ଗିରଫ କରିବା ପାଇଁ ପୁଲିସ ଚଢାଉ ଜାରି ରଖିଛି।