ଯୁବକଙ୍କ ଆତ୍ମହତ୍ୟା
ମାଲକାନଗିରି : ମାଲକାନଗିରି ଜିଲ୍ଲା ସଦରରେ ଜଣେ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ସଦର ଜଗନ୍ନାଥ ମନ୍ଦିର ସାହିରେ ପପୁନ ପାତ୍ର(୩୦) ନାମକ ଯୁବକଙ୍କର ଝୁଲନ୍ତା ମୃତଦେହ ତାଙ୍କ ଘର ମଧ୍ୟରୁ ଉଦ୍ଧାର ହୋଇଛି । ଘରେ ଝୁଲନ୍ତା ମୃତଦେହ ଦେଖି ପାଖ ପୋଡଶୀ ପୁଲିସକୁ ଖବର ଦେଇଥିଲେ । ଏବଂ ପୁଲିସ ଘଟଣାସ୍ଥଳରେ ପହଞ୍ଚô ଯୁବକର ମୃତଦେହ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଏ ନେଇ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ବିଗତ କିଛିଦିନ ପୂର୍ବେ ପପୁନଙ୍କ ବାପାଙ୍କର ମୃତୁ୍ୟ ଘଟିଥିଲା, ସେ ବିବାହିତ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଗତ କିଛି ମାସ ହେଲା ବାପ ଘରକୁ ଯାଇ ସେଠାଏ ରହୁଥିଲେ । ଘରେ ପପୁନ ଏକାକୀ ରହିଥିବା ବେଳେ ହୁଏତ ମାନସିକ ଦୁଶ୍ଚିନ୍ତାରେ ସେ ଏପରି ପଦକ୍ଷେପ ନେଇ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି ।