ବୁଟିଗୁଡା ବିଦ୍ୟାଳୟର ବାର୍ଷିକୋତ୍ସବ
ମାଲକାନଗିରି: ମାଲକାନଗିରି ସଦର ମହକୁମା ବୁଟିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଉପଉପଜିଲ୍ଲାପାଳ ଦୁର୍ଯେ୍ୟାଧନ ଭୋଇ, ମୁଖ୍ୟବକ୍ତା ଆଇନସେବା ପ୍ରତିପକ୍ଷ ଓକିଲ ଅଶୋକ କୁମାର ପଟ୍ଟନାୟକ, ସଭାପତି ମଣ୍ଡଳ ଶିକ୍ଷା ଅଧିକାରୀ ରବୀନ୍ଦ୍ରନାଥ ଧର, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ମଣ୍ଡଳ ଅଧିକାରୀ ଗୌରାଙ୍ଗ ସଜ୍ଜନ ଓ ସବୁଜ ବାହିନୀ ପ୍ରଶିକ୍ଷକ ଦୁର୍ଯେ୍ୟାଧନ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ପ୍ରାରମ୍ଭରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ପରେ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଖଣ୍ଡପାଣି ବାର୍ଷିକ ବିବରଣୀ ପାଠ କରିଥିଲେ । ଆଜିର ଛାତ୍ରୀଛାତ୍ର କାଲିର ଭବିଷ୍ୟତ, ଛାତ୍ରୀଛାତ୍ରଙ୍କ ଉଚ୍ଚ ଶିକ୍ଷା ଆଗାମୀ ଦିନରେ କେବଳ ମାଲକାନଗିରି ପାଇଁ ନୁହେଁ, ସାରା ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିବ ବୋଲି ଉପସ୍ଥିତ ଅତିଥିମାନେ ବକ୍ତବ୍ୟରେ ପ୍ରକାଶ କରିଥିଲେ । ପରେ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ କ୍ରୀଡାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଛାତ୍ରଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶେଷରେ ଛାତ୍ରୀଛାତ୍ରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।