ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ 

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ସଦର ବ୍ଲକର ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ମନମୁଖୀ ଓ ଅନୈତିକ କାର୍ଯ୍ୟ ସମ୍ପର୍କରେ ଅଭିଯୋଗ କରି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତିା ଉକ୍ତ ଦାବିପତ୍ରରେ ଉଲ୍ଲେଖ ରହିଛି ଯେ, କାଲିମେଳା ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରଦୀପ କୁମାର କର ବିଭିନ୍ନ ଅନୈତିକ ଓ ମନମୁଖା କାର୍ଯ୍ୟ କରୁଥିବାରୁ କାଲିମେଳା ବ୍ଲକରେ ଉନ୍ନୟନ କାର୍ଯ୍ୟ ଗୁଡିକ ହୋଇ ପାରୁନାହିଁ । ବିଶେଷ କରି ଶ୍ରୀ କରଙ୍କୁ ଏହି ବ୍ଲକରୁ ଦୁଇ ଦୁଇଥର ବଦଳି ହୋଇଥିଲେ ମଧ୍ୟ କୌଣସି ଏକ ରାଜନୈତିକ ଦଳ ଅବା ପ୍ରଭାବଶାଳୀ ବ୍ୟକ୍ତି ବିସେଷଙ୍କ ଛତ୍ରଛାୟାରେ ସେ ବଦଳିକୁ ବାତିଲ କରି ଏଠାରେ କାର୍ଯ୍ୟରତ ଅଛନ୍ତିା କେବଳ ଏତିକି ନୁହେଁ କୌଣସି ନିର୍ୱାଚିତ ପଞ୍ଚାୟତ ପ୍ରତିନିଧି ଯଥା ସରପଞ୍ଚÿ, ସମିତିସଭ୍ୟ ସଭ୍ୟା ମାନଙ୍କ କଥା ଶୁଣୁ ନାହାଁନ୍ତି । ବ୍ଲକର କୌଣସି ଉନ୍ନୟନମୁଳଖ କାର୍ଯ୍ୟ ସମ୍ପର୍କରେ ବ୍ଲକ ପ୍ରତିନିଧିଙ୍କ ସହ ଆଲୋଚନା କରୁନାହାନ୍ତି । ପ୍ରତ୍ୟେକ ଗୁରୁବାର କାଲିମେଳାରେ ସାପ୍ତାହିକ ହାଟ ହେଉଥିବା ବେଳେ ଉକ୍ତ ହାଟକୁ ଦୂର ଦୂରାନ୍ତରରୁ ଆସୁଥିବା ଜନସାଧାରଣ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କୁ ଭେଟିବାକୁ ଗଲେ ତାଙ୍କ ସହ ଭେଟ ନହୋଇ ସେ ଅନ୍ୟତ୍ର ପଳାଉଛନ୍ତି । ସେହିପରି ପଞ୍ଚାୟତ ସମିତିର ବିଭିନ୍ନ ପଞ୍ଚାୟତରେ ନିୟୋଜିତ ଆଦିବାସୀ ଓ ମହିଳା ପଞ୍ଚାୟତ ନିର୍ୱାହୀ ଅଧିକାରୀଙ୍କୁ ଉଦେ୍ଦଶ୍ୟ ମୂଳକ ଭାବେ ରାତିରେ କାର୍ଯ୍ୟାଳୟକୁ ଡାକି ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଉଛନ୍ତି । ଆଜକୁ ପ୍ରାୟ ୧୦ ମାସ ବିତି ଯାଇଥିଲେ ସୁଦ୍ଧା ପଞ୍ଚାୟତ ସମିତି ବୈଠକ ଡାକୁନାହାନ୍ତି, ବ୍ଲକ କାର୍ଯ୍ୟାଳୟରେ କିଛି ଅସ୍ଥାୟୀ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ସ୍ଥାୟୀ କର୍ମଚାରୀଙ୍କ କ୍ଷମତାକୁ ସଂକୁଚିତ କରିବା ସହ କାର୍ଯ୍ୟାଳୟକୁ ନିଜର ଘର ଭାବି ଜନ୍ମଦିନ ଉସôବ ପାଳନ କରୁଛନ୍ତି, କାର୍ଯ୍ୟାଳୟରେ ଶ୍ରୀ କର ଅନୁପସ୍ଥିତି ରହିବା ସହ ବାହାରୁ ମାତ୍ରାଧିକ ପିସି ମାଗୁଛନ୍ତି । ଏହା ସହ ସ୍ଥାନୀୟ ବିଧାୟକ ଓ ବିଡିଓ ଶ୍ରୀ କର ମିଳିମିଶି କିଛି ନିର୍ମାଣ କାର୍ଯ୍ୟକୁ ଭାଗ ବଣ୍ଟା କରି ନିଜ ଲୋକଙ୍କୁ ପ୍ରଦାନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି । ଏ ସମ୍ବନ୍ଧରେ ଗତ ୧୮.୧୧.୨୦୨୪ ତାରିଖ ଦିନ ଶ୍ରୀ କରଙ୍କ କାର୍ଯ୍ୟକୁ ପ୍ରତିବାଦ କରିବା ସହ ଆଚରଣ ଉଚାରଣ ଓ କାର୍ଯ୍ୟଶୈଳୀରେ ପରିବର୍ତନ ଆଣିବାକୁ ଚେତାବନି ଦେଇଥଇଲୁ, କିନ୍ତୁ ଏଥିରେ କୌଣସି ପରିବର୍ତନ ନଆସିବାରୁ ପୁନର୍ୱାର ଦାବି ଜଣାଉଅଛୁ । ଯଦି ଆଗାମୀ ୨୪ ତାରିଖ ସୁଦ୍ଧା ଶ୍ରୀ କରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ୨୯ ତାରିଖ ଦିନ କାଲିମେଳା ବ୍ଲକର ସମସ୍ତ ଜନ ପ୍ରତିନିଧି କାର୍ଯ୍ୟାଳୟ ଘେରାଉ ଓ ଧାରଣା ଦେବୁ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି ।